ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଠିକା ଶ୍ରମିକଙ୍କ ପାଇଁ ‘ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସ୍‌କେ) କୋକ ପ୍ଲାଂଟ୍ ସିସିଆର୍ ସମ୍ମିଳନୀ କକ୍ଷରେ ଠିକା ଶ୍ରମିକଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ଟିଏସ୍‌କେର ଏଗ୍ଲୋମେରେଟ୍ସ ବିଭାଗର ମୁଖ୍ୟ ୱାଇଜିଏସ୍ ପ୍ରସାଦ ଏବଂ ଟିଏସ୍‌କେ ଶ୍ରମିକ ସଂଘର ସଭାପତି ରବୀନ୍ଦ୍ର ଜାମୁଦା ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରକ୍ଷା ପରିଚାଳନା ବିଭାଗର ମୁଖ୍ୟ ଆରଏସ୍ ମିଶ୍ରଙ୍କ ସମେତ କୋକ୍ ପ୍ଲାଂଟ ଓ ବିପିପିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କୋକ ପ୍ଲାଂଟ ଆଣ୍ଡ ବିପିପି, ଟିଏସ୍‌କେ ସହଯୋଗରେ ଅକ୍ୟୁପେସନାଲ ହେଲ୍‌ଥ ସର୍ଭିସେସ୍ (ଓଏଚ୍‌ଏସ୍‌), ଟିଏସ୍‌କେ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ଠିକା କର୍ମଚାରୀଙ୍କ ବ୍ୟାପକ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eleven − two =