ଟାଟା ପାୱାର ଇଭି ଚାର୍ଜିଂ ନେଟ୍‌ୱର୍କର ୧୦ କୋଟି ଗ୍ରିନ୍ କିମି ମାଇଲଖୁଂଟ ଅତିକ୍ରମ

ଭୁବନେଶ୍ୱର: ଦେଶର ସର୍ବବୃହତ ସମନ୍ୱିତ ବିଦ୍ୟୁତ କମ୍ପାନି ଟାଟା ପାୱାର ପ୍ରଥମ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଭାବେ ସାରା ଭାରତରେ ୧୦ କୋଟି ଗ୍ରିନ କିମି ମାଇଲଖୁଂଟ ହାସଲ କରିଛି ଯାହା ସାର୍ବଜନୀନ, ଅର୍ଧ-ସାର୍ବଜନୀନ, ବସ/ ଫ୍ଲିଟ୍ ଓ ହୋମ୍ ଚାର୍ଜର ବର୍ଗ ପର୍ଯ୍ୟନ୍ତ ବ୍ୟାପିଛି । ଜାତୀୟସ୍ତରରେ ସ୍ଥାୟୀ ଗମନାଗମନର ପ୍ରସାର କରିବାରେ ଟାଟା ପାୱାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ମାଇଲଖୁଂଟ ଦର୍ଶାଉଛି ।
୨୦୩୦ ସୁଦ୍ଧା ଦେଶରେ ବିକ୍ରି ହେଉଥିବା ୩୦ ପ୍ରତିଶତ ଯାନ ଇଭି ହେଉ ବୋଲି ସରକାର ଲକ୍ଷ୍ୟ ରଖିଥିବା ବେଳେ ସ୍ଥାୟୀ ପରିବହନ ଓ ଇ-ଗମନାଗମନର ପ୍ରସାର କରିବା ଲାଗି ଫେମ୍ ଓ ଜାତୀୟ ଇଲେକ୍ଟ୍ରିକ୍ ଗମନାଗମନ ମିସନ ଭଳି ସ୍କିମ୍‌କୁ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ପରିବର୍ତନରେ ଦୃଢ଼ ଇଭି ଚାର୍ଜିଂ ଭିତିଭୂମି କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଟାଟା ପାୱାର ଏହାର ନେଟ୍‌ୱର୍କକୁ ଇଜି ଚାର୍ଜ ନାମ ଅଧୀନରେ ଦେଶର ୫୩୦ରୁ ଅଧିକ ସହର ଓ ନଗରରେ ୮୬,୦୦୦ ହୋମ୍ ଚାର୍ଜର, ୫୩୦୦ରୁ ଅଧିକ ସାର୍ବଜନୀନ, ଅର୍ଧ-ସାର୍ବଜନୀନ ଓ ଫ୍ଲିଟ ଚାର୍ଜିଂ ପଏଂଟ୍ ଏବଂ ୮୫୦ରୁ ଅଧିକ ବସ୍ ଚାର୍ଜିଂ ଷ୍ଟେସନକୁ ସମ୍ପ୍ରସାରଣ କରିଛି । ଏହି ଚାର୍ଜରଗୁଡ଼ିକୁ ରାଜପଥ, ହୋଟେଲ, ମଲ, ହସ୍ପିଟାଲ, କାର୍ଯ୍ୟାଳୟ, ଆବାସିକ ପରିସର ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରାଯାଇଛି ।
ଏକ ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ଭାରତରେ ବାର୍ଷିକ ଇଭି ବିକ୍ରି ୧ କୋଟିରେ ପହଂଚିବା ଆଶା କରାଯାଉଛି । ଏହି ରୂପାନ୍ତରୀତ ଯାତ୍ରାରେ ସାରା ଦେଶରେ ଉପସ୍ଥିତି ସହ ଟାଟା ପାୱାର ଅଗ୍ରଣୀ ସ୍ଥାନରେ ରହିଛି । ଇଲେକ୍ଟ୍ରିକ୍ ଯାନ ଓ ଇଭି ଚାର୍ଜିଂ ଭିତିଭୂମି ଚାହିଦାରେ ବୃଦ୍ଧି ସହ ଟାଟା ପାୱାର ପକ୍ଷରୁ ଆରଏଫଆଇଡି କାର୍ଡ ଭଳି ଗ୍ରାହକ କୈନ୍ଦ୍ରୀକ ପ୍ରଯୁକ୍ତି ସମାଧାନ ଉପସ୍ଥାପନ କରାଯାଉଛି ଯାହା ଇଭି ଗ୍ରାହକଙ୍କୁୂ ଓୟାରଲେସ୍ ପେମେଂଟ୍ କରିବାରେ ସହାୟକ ହେଉଛି ।
ଶୂନ ନିର୍ଗମନ ଗମନାଗମନ ପ୍ରତି ଅତୁଟ ପ୍ରତିବଦ୍ଧତା ଲାଗି ଟାଟା ପାୱାର ସମ୍ମାନଜନକ “ଶୂନ୍ୟ ଭିତିଭୂମି ଚମ୍ପିଆନ’ ସମ୍ମାନ ହାସଲ କରିଛି । ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକ ଶୂନ୍ୟ ଫୋରମ୍ କାର୍ଯ୍ୟକ୍ରମରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା । ୨୦୨୧ରେ ନିତି ଆୟୋଗ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

two + 13 =