ଓଡିଶାରେ ୫ ପ୍ରକାର କରୋନା ଭାଇରସ

ଭୁବନେଶ୍ବର() ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ କରାଯାଇଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଆଜି ଏଠାରେ ସେ କହିଛନ୍ତି ଯେ ୧୯ଏ, ୧୯ ବି, ୨୦ଏ, ୨୦ ବି ଓ ୨୦ ସି ଭୂତାଣୁ ଦ୍ବାରା ଓଡିଶାରେ କରୋନା ସକ୍ରମଣ ହୋଇଛି । ୨୨୫ ଟି ସାମ୍ପଲରୁ ଏହି ଗବେଷଣା କରାଯାଇଥିଲା । ୧୩ ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ ନେଇ ଏହି ଗବେଷଣା କରାଯାଇଥିଲା ।ଜେନୋମିକ ଷ୍ଟଡି ପରେ ଏହି ଭୂତାଣୁ ଠାବ କରେଯାଇଛି । ରାଜ୍ୟରେ ସବୁଠୁ ଅଧିକ ୨୦ ଏ, ୨୦ ବି ଭୂତାଣୁ ଠାବ କରାଯାଇଛି । ୟୁରୋପ ଓ ଦକ୍ଷିଣ ପୂର୍ବ  ଦେଶରୁ ଏହି ଭୂତାଣୁ ଆସିଥିବା କୁହାଯାଉଛି ।୧୯ଏ ଭାଇରସ ଉହାନ ଭାଇରସ ସହ ସାମଞ୍ଜସ୍ୟ ରହିଛି । ୨୦ ସି ଭୂତାଣୁ କେବଳ ଓଡିଶାରୁ ଠାବ ହୋଇଛି । ଅନ୍ୟ କୈ।ଣସି ରାଜ୍ୟରୁ ଏହି ଭୂତାଣୁ ଠାବ ହୋଇନାହି । ଭାଇରସ ପ୍ରକାର ମିଳିବା ପରେ ଭାକସିନ ଲାଗି ସୁବିଧା ହେବ ।

Share

Leave a Reply

Your email address will not be published. Required fields are marked *

17 − 13 =