୫୦%ରୁ ଅଧିକ ଭାରତୀୟ ପ୍ରଥମ ଆସବାବପତ୍ର ସହିତ ଭାବନାତ୍ମକ ଭାବେ ଜଡ଼ିତ: ଗୋଦରେଜ ହୋମସ୍କେପସ ସର୍ଭେ

ଭୁବନେଶ୍ୱର: ହୋମ ସ୍କେପସ ସର୍ବେକ୍ଷଣରେ କୁହାଯାଇଛି ଯେ ଅଧାରୁ ଅଧିକ ଭାରତୀୟ ଉପଭୋକ୍ତା (୫୮%) ସ୍ୱାଧୀନ ଭାବରେ କିଣିଥିବା ପ୍ରଥମ ଆସବାବପତ୍ର ପ୍ରତି ଗଭୀର ଭାବନାତ୍ମକ ଆକର୍ଷଣ ରଖିଥାନ୍ତି । ପ୍ରାୟ ଅଧା ଉତରଦାତା (୪୪%) ସେମାନଙ୍କର ଆସବାବପତ୍ରର ପ୍ରଥମ ଅଂଶକୁ ଏକ ସାମ୍ପ୍ରଦାୟିକ ସ୍ଥାନ ଭାବରେ ପରିକଳ୍ପନା କରିଥିଲେ, ଏହା ସହକର୍ମୀ, ପରିବାର ଏବଂ ବନ୍ଧୁମାନଙ୍କ ସହିତ ବାର୍ତାଳାପର ଏକ କେନ୍ଦ୍ର ଭାବରେ ପରିକଳ୍ପନା କରିଥିଲେ ।
ଗୋଦରେଜ ଇଂଟେରିଓ ଦ୍ୱାରା କରାଯାଇଥିବା ହୋମସ୍କେପସ୍ ସର୍ବେକ୍ଷଣ ଅନୁଯାୟୀ, ଏକ ତୃତୀୟାଂଶ ଉତରଦାତା (୩୩%) ସେମାନଙ୍କ ଘରକୁ ଏକ ଅଭୟାରଣ୍ୟ ଭାବରେ ବିବେଚନା କରନ୍ତି । ସେଠାରେ ସେମାନେ ନିଜ ପାଇଁ ସମୟ, ଶୋଇବା, ଧ୍ୟାନ କରିବା, ଆତ୍ମଯତ୍ନ କିମ୍ବା ସେମାନଙ୍କ ବାଲକୋନି ବଗିଚାରେ ସମୟ ବିତାଇଥାନ୍ତି । ୭୪% ଉତରଦାତା ବିଶ୍ୱାସ କରନ୍ତି ଯେ ସେମାନେ ସେମାନଙ୍କ ଘର ପାଇଁ ଚୟନ କରିଥିବା ଆସବାବପତ୍ର ଏବଂ ସାଜସଜ୍ଜା କେବଳ ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରତିଫଳିତ କରେ ନାହିଁ ବରଂ ସେମାନଙ୍କର ବୃତିଗତ ଏବଂ ଆର୍ôଥକ ପ୍ରଗତିକୁ ମଧ୍ୟ ସୂଚାଇଥାଏ ।
ଏହି ସର୍ବେକ୍ଷଣରେ ବ୍ୟକ୍ତିଗତ ସ୍ଥାନ ଏବଂ ନିଜ ଘରେ ସାମାଜିକ ସ୍ଥାନ ମଧ୍ୟରେ ଏକ ସମ୍ପର୍କ ମଧ୍ୟ ଦର୍ଶାଯାଇଛି ଯେଉଁଠାରେ ପ୍ରାୟ ୪୮% ଉତରଦାତା କୌଣସି ବଡ଼ ଉତ୍ସବ ପୂର୍ବରୁ ସେମାନଙ୍କ ଘରକୁ ପୁନର୍ବାର ସଜାଡ଼ିବା, ସଫେଇ କିମ୍ବା ନବୀକରଣ ଭଳି କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ସର୍ବେକ୍ଷଣରୁ ଜଣାପଡିଛି ଯେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଅନେକ ପରିବାର ଏକ ପ୍ରିୟ ପରମ୍ପରାକୁ ପୁନରୁଦ୍ଧାର କରୁଥାନ୍ତି । ୩୮% ଉତରଦାତା ଲିଭିଂ ରୁମ୍ ସୋଫାରେ ବନ୍ଧୁ ଏବଂ ପରିବାର ସହିତ ସିନେମା ଦେଖଇବା ଅଭ୍ୟାସକୁ ପୁନର୍ବାର ଆରମ୍ଭ କରିଛନ୍ତି ।
ଗୋଦରେଜ ଇଂଟେରିଓର ବ୍ୟବସାୟ ମୁଖ୍ୟ ତଥା ବରିଷ୍ଠ ଉପାଧ୍ୟକ୍ଷ ସ୍ୱପ୍ନିଲ ନାଗରକର କହିଛନ୍ତି ଯେ, “ଏହି ସର୍ବେକ୍ଷଣ ବ୍ୟକ୍ତି, ସେମାନଙ୍କ ପରିବାର ଏବଂ ଘର ମଧ୍ୟରେ ଗଭୀର ଭାବନାତ୍ମକ ସମ୍ପର୍କକୁ ପ୍ରକାଶ କରିଛି । ଆମର ଗବେଷଣା ଉପଭୋକ୍ତାଙ୍କ ଅସ୍ତିତ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ- ସେମାନଙ୍କ ଜୀବନର ଅଭିବ୍ୟକ୍ତି ଭାବରେ ସେମାନଙ୍କ ଘର ବିଷୟରେ ଭାବନା ଉପରେ ଆଧାରିତ । ଆମ ସର୍ବେକ୍ଷଣର ତଥ୍ୟ ଦର୍ଶାଉଛି ଯେ ଲୋକମାନେ ବର୍ତମାନ ଉଭୟ କାର୍ଯ୍ୟକାରିତା ଏବଂ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହା ଦ୍ୱାରା ସୁନିଶ୍ଚିତ ହେଉଛି ଯେ ସେମାନଙ୍କ ଘର କେବଳ ଦକ୍ଷ ଏବଂ ସୁସଂଗଠିତ ନୁହେଁ ବରଂ ସ୍ୱାଗତଯୋଗ୍ୟ ଏବଂ ସୁନ୍ଦର ଭାବରେ ସଜ୍ଜିତ ହୋଇଛି । ଗୋଦରେଜ ଇଂଟେରିଓରେ ଆମେ ଆସବାବପତ୍ର ତିଆରି କରିବାରେ ଗର୍ବ ଅନୁଭବ କରୁଛୁ ଯାହା କେବଳ ଆକର୍ଷଣୀୟ ନୁହେଁ ବରଂ ଆଧୁନିକ ଭାରତୀୟ ଜୀବନଶୈଳୀ ଅନୁଯାୟୀ ସେଥିରେ ଉପଯୁକ୍ତ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଆସବାବପତ୍ର ଯାହା ଜଣେ ବ୍ୟକ୍ତିଙ୍କ ଘର ଏବଂ ଜୀବନଶୈଳୀର ଏକ ଅତ୍ୟାବଶ୍ୟକ ସଦସ୍ୟ ପାଲଟିଯାଏ ।’’
ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ଲକ୍ଷ୍ନୌ ସମେତ ୭ଟି ସହରରେ ରହୁଥିବା ୨୮୨୨ ଜଣ ଭାରତୀୟଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fourteen + six =