ଗାନ୍ଧାର ଅଏଲ୍ ରିଫାଇନାରି (ଇଣ୍ଡିଆ) ଲିମିଟେଡ୍‌ର ପକ୍ଷରୁ ୧୬ ଆଙ୍କର ନିବେଶକଙ୍କଠାରୁ ୧୫୦ କୋଟି ଟଙ୍କା ହାସଲ

ଭୁବନେଶ୍ୱର: ଗାନ୍ଧାର ଅଏଲ୍ ରିଫାଇନାରି (ଇଣ୍ଡିଆ) ଲିମିଟେଡ୍‌ର ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲି୍‌କ୍ ଅଫର (ଆଇପିଓ) ପୂର୍ବରୁ ଆଙ୍କର ନିବେଶକମାନଙ୍କୁ ସେୟାର ପିଛା ୧୬୯ ଟଙ୍କାରେ ୮୮,୮୮,୦୧୮ ଇକ୍ୱିଟି ସେୟାର ଜାରି କରି ୧୫୦ କୋଟି ଟଙ୍କା ହାସଲ କରିଛି । ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ, ଏଚ୍‌ଡିଏଫ୍‌ସି ଏମ୍‌ଏଫ୍‌, ହ୍ୱାଇଟ୍ ଓକ୍ କ୍ୟାପିଟାଲ୍‌, ଅଶୋକା ଇଣ୍ଡିଆ ଇକ୍ୱିଟି ଇନଭେଷ୍ଟମେଂଟ୍ ଟ୍ରଷ୍ଟ, ଟର୍ଣ୍ଣଆରାଉଣ୍ଡ ଅପର୍ଚୁନିଟିଜ୍ ଫଣ୍ଡ, ଆଦିତ୍ୟ ବିର୍ଲା ସନଲାଇଫ୍ ଇନ୍‌ସ୍ୟୁରାନ୍ସ, ଅନନ୍ତ କ୍ୟାପିଟାଲ୍ ଭେଂଚର୍ସ, ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ, ଏଲ୍‌ସି ଫାରୋସ୍‌, ମର୍ଗାନ ଷ୍ଟାନ୍‌ଲି ଏସିଆ (ସିଙ୍ଗାପୁର), ସୋସେଇଟି ଜେନେରାଲେ ଓ କପ୍‌ଟହଲ ମରିସସ୍ ଇନଭେଷ୍ଟମେଂଟ୍ ଲିମିଟେଡ୍ ।
ଆବଂଟନ କରାଯାଇଥିବା ୮୮,୮୮,୦୧୮ ଇକ୍ୱିଟି ସେୟାର ମଧ୍ୟରୁ ୭ଟି ସ୍କିମ ଅଧୀନରେ ଆବେଦନ କରିଥିବା ତିନିଟି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ ସଂସ୍ଥାକୁ ୪୨,୨୮,୫୭୬ ଇକ୍ୱିଟି ସେୟାର ଜାରି କରାଯାଇଛି ।
ଏହି ଇନିସିଆଲ ପବ୍ଲିକ୍ ଅଫରରେ ୩୦୨ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନଙ୍କ ୧୧,୭୫୬,୯୧୦ ଇକ୍ୱିଟି ସେୟାର ବିକ୍ରି କରାଯିବ । ସେଥିରେ ରମେଶ ବାବୁଲାଲ ପାରେଖଙ୍କ ୨,୨୫୦,୦୦୦ ଇକ୍ୱିଟି ସେୟାର, କୈଳାଶ ପାରେଖଙ୍କ ୨,୨୫୦,୦୦୦ ଇକ୍ୱିଟି ସେୟାର, ଗୁଲାବ ପାରେଖଙ୍କ ୨,୨୫୦,୦୦୦ ଇକ୍ୱିଟି ସେୟାର, ଗ୍ରିନ ଡେଜର୍ଟ ରିଅଲ ଇଷ୍ଟେଟ୍ ବ୍ରୋକର୍ସର ୩,୦୦୦,୦୦୦ ଇକ୍ୱିଟି ସେୟାର, ଡେନଭର ବିଏଲ୍‌ଡିଜି ମ୍ୟାଟ୍ ଆଣ୍ଡ୍ ଡେକପର ଟିଆର୍ ଏଲ୍‌ଏଲ୍‌ସିର ୧,୦୦୦,୦୦୦ ଇକ୍ୱିଟି ସେୟାର, ୍‌ଫ୍ଲିଟ୍ ଲାଇନ୍ ସିପିଂ ସର୍ଭିସ୍ ଏଲ୍‌ଏଲ୍‌ସିର ୧,୦୦୦,୦୦୦ ଇକ୍ୱିଟି ସେୟାର, ସୁନିତ ମେନନଙ୍କ ୧୦୯୦ ଇକ୍ୱିଟି ସେୟାର, ବିଜେନ୍ଦ୍ର ସୁମତିଲାଲ ପଟାନିଙ୍କ ୧୯୭୦ ଇକ୍ୱିଟି ସେୟାର, ବିନୟ ପ୍ରଭାକରଙ୍କ ୧୯୭୦ ଇକ୍ୱିଟି ସେୟାର, ମୟୂର ଭୁପେନ୍ଦ୍ରଲାଲ ଦେଶାଇଙ୍କ ୧୦୦୦ ଇକ୍ୱିଟି ସେୟାର ସାମିଲ ରହିଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କଂପାନି ଟେକ୍ସଲ ପାଇଁ ବ୍ୟାଙ୍କ ଅଫ ବରୋଦାରୁ ଆଣିଥିବା ଋଣକୁ ଆଗୁଆ ପରିଶୋଧ କରିବା, କଂପାନିର ସିଲଭାସା କାରଖାନାର ସମ୍ପ୍ରସାରଣ ପାଇଁ ସିଭିଲ କାମ ଓ ଉପକରଣ କିଣାକିଣିରେ ଏବଂ କଂପାନିର କାର୍ଯ୍ୟକାରୀ ପୁଂଜି ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟ ଲାଗି ଖର୍ଚ୍ଚ କରିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

six + 1 =