ଟିପିସିଓଡିଏଲ୍ ପକ୍ଷରୁ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର, ୧ ଏପ୍ରିଲ୍ ୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରାଯାଇଛି । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା, ଯାହାକୁ ପ୍ରତିବର୍ଷ ଏପ୍ରିଲ୍ ପହିଲାରେ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଚମତ୍କାର ସ୍ଥାପତ୍ୟ, ଜୀବନ୍ତ କଳା, ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରସିଦ୍ଧ ଓଡ଼ିଶା, ଏହାର ଲୋକମାନଙ୍କର ସହନଶୀଳତା, ଏକତା ଏବଂ ବୀରତ୍ୱ ପାଇଁ ପରିଚିତ ।

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ଉତ୍କଳ ଦିବସ ପାଳନ ଅବସରରେ ପାୱାର ହାଉସସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ପରିଚାଳନା କର୍ତୃପକ୍ଷ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଯୋଗ ଦେଇଥିଲେ । ସର୍କଲ, ଡିଭିଜନ୍‌, ସବ୍ ଡିଭିଜନ ଓ ସେକ୍ସନ୍ ଅଫିସର ସହଯୋଗୀମାନେ ଭର୍ଚୁଆଲ୍ ମାଧ୍ୟମରେ ଉତ୍ସବରେ ଯୋଗ ଦେଇଥିଲେ ।

ଟିପିସିଓଡିଏଲ୍‌ର ବିଭିନ୍ନ କାର୍ଯ୍ୟାଳୟରେ ଦିନତମାମ ଉତ୍କଳ ଦିବସ ପାଳିତ ହୋଇଥିଲା । ଏଥିରେ ଭୁବନେଶ୍ୱର କର୍ପୋରେଟ୍ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଡିଭିଜନ୍‌, ସବ୍ ଡିଭିଜନ୍ ଓ ସର୍କଲ ଅଫିସ୍ ସାମିଲ ଥିଲା ।

ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ଓଡ଼ିଶା ଗଠନ ଉପରେ ଆଲୋକପାତ କରିବା ସହ ଏହାର ଅଗ୍ରଣୀ ଅବଦାନକୁ ସ୍ୱୀକୃତି ଦେଇ ଭାଷା ଓ ସାହିତ୍ୟ ମାଧ୍ୟମରେ ରାଜ୍ୟର ପରିଚୟ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ସ୍ଥାପତ୍ୟ, ଇତିହାସ, ଉପଭାଷା, ଜୀବନ୍ତ କଳା, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଅବଦାନ ଉଲ୍ଲେଖନୀୟ । ଏହି ଭୂମିରେ ସୂର୍ଯ୍ୟ ଉଦୟ ହେବା ସହିତ ଐତିହ୍ୟରେ ଭରା ମନ୍ଦିରଗୁଡ଼ିକୁ ଆଲୋକିତ କରୁଛି । ଆନନ୍ଦମୟ ଉତ୍କଳ ଦିବସ ପାଇଁ ମୁଁ ଆମର ସମସ୍ତ ଗ୍ରାହକ ଓ ଅଂଶୀଦାରମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।’’

ଟିପିସିଓଡିଏଲ୍ ଅଧୀନରେ ଥିବା ବିଭିନ୍ନ ମହିଳା ଶିକ୍ଷଣ କେନ୍ଦ୍ର ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା । ଏହି କେନ୍ଦ୍ରଗୁଡିକର ମହିଳାମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ବରପୁତ୍ରଙ୍କ ଅବଦାନ ଏବଂ ଓଡ଼ିଶା ଗଠନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 + 6 =