ଏପିଏସ୍‌ଇଜେଡ୍ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୪୨୦ ନିୟୁତ ଟନ୍ ପଣ୍ୟ ପରିବହନ

ଭୁବନେଶ୍ୱର: ଭାରତର ସର୍ବବୃହତ ବନ୍ଦର ଓ ଲଜିଷ୍ଟିକ୍ କମ୍ପାନି ଆଦାନି ପୋର୍ଟସ୍ ଆଣ୍ଡ୍ ସ୍ପେସିଆଲ ଇକୋନମିକ୍ ଜୋନ୍ (ଏପିଏସ୍‌ଇଜେଡ୍‌) ୨୦୨୩-୨୪ ଆର୍ଥିକ ବର୍ଷରେ ବିଶ୍ୱବ୍ୟାପୀ ୪୨୦ ନିୟୁତ ଟନ୍ ପଣ୍ୟ ପରିବହନ କରିଥିବା ବେଳେ ଦେଶ ଭିତରେ ଥିବା ବନ୍ଦରଗୁଡ଼ିକର ସେଥିପ୍ରତି ଅବଦାନ ୪୦୮ ନିୟୁତ ଟନ୍ ରହିଛି । ୨୦୨୪ ମାର୍ଚ୍ଚରେ ଏହା ସର୍ବୋଚ୍ଚ ମାସିକ ୩୮ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିବହନ କରିଛି । କମ୍ପାନିର ଥିବା ୧୦ଟି ବନ୍ଦର ମଧ୍ୟରୁ ଧାମରା ୪୩ ନିୟୁତ ଟନ୍ ପଣ୍ୟ ପରିବହନ କରିଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଏକ ଚତୁର୍ଥାଂଶରୁ ଅଧିକ ପଣ୍ୟ ଏପିଏସଇଜେଡ୍ ବନ୍ଦରଗୁଡ଼ିକ ଜରିଆରେ ପରିବହନ ହୋଇଛି । ଭାରତର ଅଭିବୃଦ୍ଧି କାହାଣୀକୁ ଆଗକୁ ବଢ଼ାଇବାରେ ଏପିଏସଇଜେଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହା ଦର୍ଶାଉଛି ।
ଏପିଏସ୍‌ଇଜେଡ୍‌ର ପରିଚାଳନା ନିର୍ଦେଶକ କରଣ ଆଦାନି କହିଛନ୍ତି ଯେ, “ପ୍ରଥମ ବର୍ଷିକ ୧୦୦ ଏମଏମଟି ପଣ୍ୟ ପରିବହନ ଲକ୍ଷ୍ୟ ହାସଲ କରିବା ପାଇଁ କଂପାନିକୁ ୧୪ ବର୍ଷ ଲାଗିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ୧୦୦ ଏମଏମଟି ପଣ୍ୟ ପରିବହନ ଯଥାକ୍ରମେ ୫ ବର୍ଷ ଓ ୩ ବର୍ଷରେ ହାସଲ ହୋଇଛି । ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ସଦ୍ୟତମ ୧୦୦ ଏମଏମଟି ମାଇଲଖୁଂଟ ହାସଲ କରାଯାଇଛି । ଏହା ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ଶିଳ୍ପରେ ଏକ ପ୍ରମୁଖ ବନ୍ଦର ପରିଚାଳକ ଭାବେ ଆମର ସ୍ଥିତି ବଜାୟ ରଖିବା ଦିଗରେ ଆମର ଜାରି ରହିଥିବା ପ୍ରତିବଦ୍ଧତା ଏବଂ ପ୍ରୟାସର ପ୍ରମାଣ ।’’
ଏପିଏସ୍‌ଇଜେଡ୍ ଏହାର ସମସ୍ତ ନିଷ୍ପତିରେ ଗ୍ରାହକଙ୍କୁ ଆଗରେ ରଖି ଏହି ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିଛି । ବିଶ୍ୱସ୍ତରୀୟ ଭିତିଭୂମିରେ ପୁଞ୍ଜିନିବେଶ ଦ୍ୱାରା ଏହା ଉଚ୍ଚସ୍ତରୀୟ ପରିଚାଳନା ଦକ୍ଷତା ହାସଲ କରିଛି ଏବଂ ଦୂରଦୂରାନ୍ତ ପର୍ଯ୍ୟନ୍ତ ପଣ୍ୟ ପରିବହନ ବ୍ୟବସ୍ଥା ଯୋଗୁଁ ଏପିଏସଇଜେଡ ସଫଳତାର ସହ ଗ୍ରାହକଙ୍କୁ ଜିତିବା ଏବଂ ଏହାର ବଜାର ଅଂଶରେ ଉନ୍ନତି ଆଣିବାରେ ସଫଳ ହୋଇଛି ।
ଲୋହିତ ସାଗର ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ବାଣିଜ୍ୟ ବାଧା, ଋଷ-ୟୁକ୍ରେନ ସଂଘର୍ଷ ଏବଂ ପାନାମା କେନାଲରେ ସମସ୍ୟା ଏବଂ ସାମୁଦ୍ରିକ ଝଡ଼ ବିଜୟ ଏବଂ ସାମୁଦ୍ରିକ ଝଡ଼ ମିଚାଉଙ୍ଗ କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହେବା ଭଳି ଏକାଧିକ ଆହ୍ୱାନ ସତ୍ୱେ ଏହି ସଫଳତା ହାସଲ ହୋଇଛି ।
୨୦୨୩ ଅକ୍ଟୋବରରେ ଭାରତର ପ୍ରଥମ ବନ୍ଦର ଭାବେ ମୁନ୍ଦ୍ରା ବନ୍ଦର ଗୋଟିଏ ମାସରେ ୧୬ ନିୟୁତ ଟନ୍ ମାଲ୍ ପରିବହନ କରିଥିଲ । କଂଟେନର ବର୍ଗରେ ମୁନ୍ଦ୍ରା, ହାଜିରା, କାଟୁପାଲି ଓ ଏନରୋ ବନ୍ଦ ରେକର୍ଡ ପଣ୍ୟ ପରିବହନ କରିଥିଲେ । ଭାରତର ୪୪ ପ୍ରତିଶତ କଂଟେନର ଏପିଏସ୍‌ଇଜେଡ୍ ଜରିଆରେ ପରିବହନ ହୋଇିଲା । ଶୁଖିଲା ପଣ୍ୟ ବର୍ଗରେ ଧାମରାକୁ ଉଲ୍ଲେଖନୀୟ ସଫଳତା ମିଳିଥିଲା । ପ୍ରଥମ ଏଲ୍‌ଏନ୍‌ଜି ପରିଚାଳନା ବିଶାଳ ଜାହାଜ ଏମ୍‌ଭି ଉବୁଂଟୁ ଧାମରାରେ ଲାଗିଥିଲା । ଧାମରା ମଧ୍ୟ ରେକର୍ଡ ପରିମାଣର ତରଳ ପଣ୍ୟ ପରିବହନ କରିଛି ।

Share

Leave a Reply

Your email address will not be published. Required fields are marked *

seventeen + twenty =