ଭୁଲରେ ବି ଏହିସବୁ ବାରରେ କାହାଠାରୁ କିଛି ଗ୍ରହଣ କରନ୍ତୁ ନାହିଁ

ଭୁବନେଶ୍ୱର: ଆଜି ଆମେ ଜଣାଇବୁ କେଉଁ ବାରରେ କଣ ଗ୍ରହଣ କରିଲେ କଣ ସବୁ ଅସୁବିଧା ଉପୁଜେ । ତେବେ ଥରୁଟିଏ ପଢ଼ି ନିଅନ୍ତୁ ।
ସୋମବାର – ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟର କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ।
ମଙ୍ଗଳବାର – ଏହି ଦିନ କେହି ମିଠା ହେଲେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ ଖରାପ ପ୍ରଭାବ ପଡ଼ିଥାଏ।
ବୁଧବାର – ଏହି ବାରରେ ଅଣ୍ଡା ଓ ସବୁଜ ପନିପରିବା କେହି ଦେଲେ ଆଣନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହେ।
ଗୁରୁବାର – ଏହି ବାରରେ କାହା ଠାରୁ କୌଣସି ହଳଦିଆ ଦ୍ରବ୍ୟ ଦାନ ଭାବେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ।
ଶୁକ୍ରବାର – ଏହି ବାରରେ କାହା ଠାରୁ ସେଣ୍ଟ୍, ରୁମାଲ୍ ଓ ଫୁଲ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ।
ଶନିବାର – ଏହି ବାରରେ କାହା ଠାରୁ ଲୁହା ଓ କଳା ରଙ୍ଗର ଲୁଗା ଅଥବା କପଡ଼ା ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପରିବାରରେ ସଭିଁଙ୍କ ଶରୀର ଅସୁସ୍ଥ ରହିଥାଏ।
ରବିବାର – ଏହି ବାରରେ କାହାଠାରୁ ଅଟା, ସୁଜି ଆଦିରେ ପ୍ରସ୍ତତ ଖାଦ୍ୟ ଓ ତମ୍ବାରେ ତିଆରି ବସ୍ତୁ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିବା ସହ ଧନ ହାନି ହୋଇଥାଏ।
ଏହି ସବୁ ଦ୍ରବ୍ୟ ବ୍ୟତୀତ ଯଦି କେହି ଧଳା ରଙ୍ଗର ମିଠା ଦିଏ, ତେବେ ସେଥିରୁ କିଛି ପ୍ରଥମେ ବାହାରେ ପକାନ୍ତୁ। ଏହା ପରେ ଗ୍ରହଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ି ନଥାଏ।

Share

Leave a Reply

Your email address will not be published. Required fields are marked *

seven + five =