ଟ୍ବେଣ୍ଟି୨୦ ବିଶ୍ବକପକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ ଅନ୍ୟତ୍ର ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ଯୋଜନା ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ୟୁଏଇ ଓ ଓମାନ ଆଗରେ ରହିଛନ୍ତି।

ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ନେଇ ଓମାନ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ଓମାନ ୧୬ଟି ଦେଶକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଦକ୍ଷତା ରଖିଛି। ରାଜଧାନୀ ମାସ୍କଟରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ନେଇ ସମସ୍ତ ପ୍ରକାର ସୁବିଧାସୁଯୋଗ ରହିଛି ବୋଲି ଆଇସିସି ଆଶାବ୍ୟକ୍ତ କରିିଛି। ଅନ୍ୟପକ୍ଷରେ ୟୁଏଇରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ ଖେଳାଯିବ। ଏହା ପରେ ଟ୍ବେଣ୍ଟି୨୦ ବିଶ୍ବକପ ଏକମାସ ଧରି ଚାଲିବା ଦ୍ବାରା ପିଚ୍ ଉପରେ ମଧ୍ୟ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

9 + 18 =