ବିଜେଡ଼ିରେ ସାମିଲ ହେଲେ ସ୍ୱାଧୀନ କାଉନସିଲର

ବିଜେଡିରେ ମିଶିଲେ ସ୍ୱାଧୀନ କାଉନସିଲର । ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ନବ ନିର୍ବାଚିତ ୧୦ନଂ ୱାର୍ଡର ସ୍ୱାଧୀନ କାଉନସିଲର ଦେବାଶିଷ ମିଶ୍ର (ବୁନୁ) ଆଜି ବିଧିବଦ୍ଧ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ନଗର ସଭାପତି ବି. ରଜୁବାବୁ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ପରିସରରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇ ପାରିବ ।

Share

Leave a Reply

Your email address will not be published. Required fields are marked *

19 − 15 =