କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀଙ୍କ ଖାତାକୁ ଆଜି ଯିବ ହଜାରେ ଟଙ୍କା

ଭୁବନେଶ୍ୱର: କରୋନା କାଳରେ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନାରେ ଅନ୍ତୁକ୍ତ ଚାଷୀଙ୍କୁ ଆଜି ପ୍ରଦାନ କରିବେ ସହାୟତା । ଚାଷୀଙ୍କ ଖାତାକୁ ଆଜି ଯିବ ଅତିରିକ୍ତ ହଜାରେ ଟଙ୍କା । ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍ ସହାୟତା । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କୋଭିଡ୍ ପ୍ୟାଜେକ୍ ଘୋଷଣା କରିଥିଲେ । ଘୋଷଣା ଅନୁସାରେ ସହରାଞ୍ଚଳରେ ଗରିବମାନଙ୍କୁ କାମଧନ୍ଦା ଯୋଗାଇବାକୁ ଆରମ୍ଭ ହେବ ‘ମୁକ୍ତା’ ଯୋଜନା । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଏବଂ ଆଦିମ ଆଦିବାସୀ ପରିବାରକୁ ୫ ହଜାର ଟଙ୍କା କୋଭିଡ୍ ସହାୟତା ମିଳିବ । ମନରେଗା ଶ୍ରମିକଙ୍କୁ ଅଧିକ ୫୦ ଟଙ୍କାର ମଜୁରୀ ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତି ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ଯାଏ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ପ୍ରଦାନ କରିବେ ସରକାର । ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

8 + nine =