ଆଜି ଶ୍ରିଜିୟୁଙ୍କ ଲାଗି ହେବ ଓଷ

ପୁରୀ: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା । ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା। ଫୁଲୁରୀ ତେଲ ଓ ଓଷ ଲାଗି ପରେ ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଶ୍ରୀମନ୍ଦିରରେ ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ। ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଇଥାଏ।

Share

Leave a Reply

Your email address will not be published. Required fields are marked *

twenty − 14 =