ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସତର୍କ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା । ଟ୍ୱିଟ୍ କରି ସତର୍କ ସତର୍କ ସୂଚନା ଦେଇଛି ଓଡ଼ିଶା ପୋଲିସ । ଗୋଟିଏ ନାଁରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆକାଉଣ୍ଟ ଖୋଲିବା ପୂର୍ବରୁ ଭଲ ଭାବରେ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଚିହ୍ନା ଲୋକଙ୍କ ସହ କଥା ନହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସାଙ୍ଗ ଚୟନ ଠିକ ଭାବରେ କରନ୍ତୁ ଏବଂ ସୋସିଆଲ ମିଡିଆରେ ନିଜର ଜରୁରୀ ତଥ୍ୟ ଗୋପନୀୟ ରଖନ୍ତୁ । ଆଜି ଏଭଳି ସୂଚନା ଦେଇଛି ଓଡ଼ିଶା ପୋଲିସ । ସାଇବର ଠକ ମାତିଛନ୍ତି । ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି । ତେବେ ଏଭଳି କିଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ କରିଛି ଓଡ଼ିଶା ପୋଲିସ ।

Share

Leave a Reply

Your email address will not be published. Required fields are marked *

five × three =