ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୩ ପଇସା ବଢ଼ି ୯୩ ପଇସାରୁ ୯୬ ପଇସା ହୋଇଛି ।

ଡିଲକ୍ସ ବସରେ ଏଣିକି ଯାତ୍ରୀ ଅଧିକ ୬ ପଇସା ଦେବେ । ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧.୨୯ ପଇସାରୁ ବଢ଼ି ୧ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ବସରେ ଗଲେ ଯାତ୍ରୀମାନେ ୧ଟଙ୍କା ୫୭ ପଇସା ବଦଳରେ ଏଣିକି କିଲୋମିଟର ପ୍ରତି ୧ଟଙ୍କ ୬୩ ପଇସା ହିସାବରେ ଗଣିବେ ।

ସୁପର ପ୍ରିମିୟମ ବସରେ ଭଡ଼ା କିଲୋମିଟର ପ୍ରତି ୯ ପଇସା ବଢ଼ିଛି । ପୂର୍ବରୁ ଏହି କାଟାଗୋରୀ ବସରେ କିଲୋମିଟର ପ୍ରତି ଭଡ଼ା ଥିଲା ୨ଟଙ୍କା ୪୪ ପଇସା । ଏବେ ୨ଟଙ୍କା ୫୩ ପଇସା ହୋଇଛି । ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ତୈଳ ଦର ବୃଦ୍ଧି ପରେ ଅଟୋମେଟିକ୍ ମେକାନିଜିମ୍ ଆଧାରରେ ବସ୍ ଭଡ଼ା ବୃଦ୍ଧି ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × 5 =