ପର୍ବପର୍ବାଣୀ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କଲେ ରାଜ୍ୟ ସରକାର । ଅଧିକ ଜନଗହଳିରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ କୋଭିଡ୍ ନିୟମ ମାନି କେବଳ ନୀତିକାନ୍ତି ସମାପନ ହେବ । ମନ୍ଦିର, ଚର୍ଚ୍ଚ ଆଦି ଖୋଲା ରହିବ କିନ୍ତୁ ସ୍ଥିତି ଦେଖି ଲୋକଙ୍କୁ ଅନୁମତି ମିଳିବ| ସେନେଇ ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ ନିଷ୍ପତ୍ତି ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଦୋଳପୂର୍ଣ୍ଣମୀ, ହୋଲି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ରାସ୍ତାରେ ହୋଲି ଖେଳିବାକୁ ବାରଣ କରିବା ସହ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + one =