ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୃତକଙ୍କ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଲେ ନବୀନ

ଭୁବନେଶ୍ୱର() ବିଶାଖପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅସୁସ୍ଥତା ଦ୍ରୁତ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ନବୀନ ।

ସୂଚନା ଅନୁସାରେ ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ସେଠାରେ ଏକ ଫାର୍ମା କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × three =