ଭାରତୀୟ ବିଦ୍ୟୁତ୍ ୟୁଟିଲିଟିଙ୍କ ମଧ୍ୟରେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ହାସଲ କଲେ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍‌

କଂପାନିର ମୁମ୍ବାଇ ଓ ପଶ୍ଚିମ ଓଡ଼ିଶା ଡିସ୍‌କମ୍‌ଙ୍କୁ ଏ+ ଏବଂ ଦିଲ୍ଲୀ ଓ ଦକ୍ଷିଣ ଓଡ଼ିଶା ଡିସ୍‌କମ୍‌ଙ୍କୁ ଏ ରେଟିଂ
ଆର୍ଥିକ ନିରନ୍ତରତା, ପ୍ରଦର୍ଶନ ଉତ୍କର୍ଷତା ଓ ବାହ୍ୟ ପରିବେଶ ଭଳି ତିନିଟି ମାନଦଣ୍ଡ ଆଧାରରେ ଅନୁଶୀଳନ
କଂପାନିର ଡିସ୍‌କମ୍‌ଗୁଡ଼ିକ ପାଖରେ ୧.୨ କୋଟି ଗ୍ରାହକ ଏବଂ ଭାରତର ବିଭିନ୍ନ ସ୍ଥାନରେ ୬ କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି
ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ଦୁଇ ବର୍ଷ ଭଳି କମ୍ ସମୟରେ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛନ୍ତି
ବିଦ୍ୟୁତ୍ ବଂଟନ ୟୁଟିଲିଟି ପାଇଁ ଶକ୍ତି ମନ୍ତ୍ରଣାଳୟର ୧୧ତମ ବାର୍ଷିକ ସମନ୍ୱିତ ରେଟିଂ ଓ ର‌୍ୟାଙ୍କିଙ୍ଗ୍ ଅନୁସାରେ ର‌୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ: ପାୱାର ଫାଇନାନ୍ସ କର୍ପୋରେସନ୍ ଜରିଆରେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ବିଦ୍ୟୁତ ବଂଟନ ୟୁଟିଲିଟିଙ୍କ ପାଇଁ ୧୧ତମ ବାର୍ଷିକ ସମନ୍ୱିତ ରେଟିଂରେ ଜାତୀୟ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟାଟା ପାୱାରର ବଂଟନ କଂପାନି (ଡିସକମ୍‌)ଗୁଡ଼ିକ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି । ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ, ନିୟାମକ ନିୟମ ପାଳନ, ଗ୍ରାହକ ସେବା, ଶକ୍ତି ଦକ୍ଷତା ଆଦି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଏହି ରେଟିଂ ପ୍ରଦାନ କରାଯାଇଛି ।
ମିଳିତ ଭାବେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକର ମୁମ୍ବାଇ, ଦିଲ୍ଲୀ ଓ ଓଡ଼ିଶା ରାଜ୍ୟରେ ପଞ୍ଜୀକୃତ ଗ୍ରାହକ ସଂଖ୍ୟା ୧.୨ କୋଟି ଥିବା ବେଳେ କଂପାନିଗୁଡ଼ିକ ୬ କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି ।
ଏହି ରେଟିଂ ରିପୋର୍ଟକୁ ମାକିନ୍‌ଜେ ଆଣ୍ଡ୍ କଂପାନି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁଶୀଳନ ପାଇଁ ତିନିଟି ଆର୍ଥିକ ବର୍ଷ ୨୦୧୯-୨୦ରୁ ୨୦୨୨-୨୩ର ଆକାଉଂଟ୍ (ହିସାବ) ବିଚାରକୁ ନିଆଯାଇଛି ।
ଟାଟା ପାୱାର ମୁମ୍ବାଇ ଡିଷ୍ଟ୍ରିବ୍ୟୁସନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ୧୦୦ରୁ ଯଥାକ୍ରମେ ୮୯.୭ ଓ ୮୭.୨ ସ୍କୋର ସହ ଏ+ ଗ୍ରେଡ୍ ଲେଖାଏଁ ପାଇଥିବା ବେଳେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଓ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଯଥାକ୍ରମେ ୭୯.୦ ଓ ୭୯.୩ ସ୍କୋର ସହ ଏ ଗ୍ରେଡ୍ ଲେଖାଏଁ ପାଇଛନ୍ତି ।
ଏହି ସଫଳତା ସମ୍ପର୍କରେ ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଦେଶର ବିଦ୍ୟୁତ ବଂଟନ ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବାକୁ ଟାଟା ପାୱାର ସମର୍ପିତ । ଆମେ ସୃଷ୍ଟି କରିଥିବା ୟୁଟିଲିଟିଗୁଡ଼ିକ ଦକ୍ଷ, ଭବିଷ୍ୟତ ଲାଗି ପ୍ରସ୍ତୁତ ଏବଂ ଗ୍ରାହକଙ୍କ ଆବଶ୍ୟକତା ଉପରେ କେନ୍ଦ୍ରୀଭୂତ । ଆମ ଡିସ୍‌କମ୍‌ଗୁଡ଼ିକର ସଫଳତାକୁ ମାନ୍ୟତା ପ୍ରଦାନ କରିଥିବାରୁୂ ଶକ୍ତି ମନ୍ତ୍ରଣାଳୟ ପ୍ରତି ଆମେ କୃତଜ୍ଞ ଏବଂ ଦେଶର ବଂଟନ ସଂସ୍କାରରେ ଆଗେ ଆଗ୍ରଣୀ ହୋଇ ରହିବୁ ।’’
ନିକଟରେ ଟାଟା ପାୱାର ଓଡ଼ିଶାର ବିଦ୍ୟୁତ ବଂଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିଥିଲା ଯେଉଁଥିରେ ସାମିଲ ରହିଛି ଓଡ଼ିଶାର ଉତର, ଦକ୍ଷିଣ, କେନ୍ଦ୍ର ଓ ପଶ୍ଚିମାଂଚଳର ଚାରିଟି ଡିସକମ୍ ଯାହା ୧,୫୫,୭୦୭ ବର୍ଗ କିଲୋମିଟରରେ ବ୍ୟାପିଥିବା ବେଳେ ୯୫ ଲକ୍ଷ ପଞ୍ଜୀକୃତ ଗ୍ରାହକ ଓ ୫ କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି ।
ଓଡ଼ିଶା ଡିସ୍‌କମ୍‌ଗୁଡ଼ିକୁ ମିଳିଥିବା ସ୍ୱୀକୃତି ବଂଟନ କ୍ଷେତ୍ରରେ ସରକାରୀ ଘରୋଇ ସହଭାଗିତାର ସଫଳତାକୁ ଦର୍ଶାଉଛି । ଓଡ଼ିଶା ବିଦ୍ୟୁତ ବଂଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରି ଦୁଇ ବର୍ଷର ଅଳ୍ପ ସମୟ ଭିତରେ ଟାଟା ପାୱାର ଏହାର ଗ୍ରାହକ ସଂଖ୍ୟାକୁ ୨୫ ଲକ୍ଷରୁ ୧.୨ କୋଟିକୁ ବୃଦ୍ଧି କରିଛି ।
“ଆଜିର ଦିନରେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଦେଶର ୬ କୋଟି ଲୋକଙ୍କୁୁ ସେବା ପ୍ରଦାନ କରୁଛନ୍ତି, ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହର ସାମିଲ ରହିଛି । ଆମ ଡିସ୍‌କମ୍‌ଗୁଡ଼ିକ ଉତ୍କୃଷ୍ଟ ସେବା ଯୋଗାଉଥିବା ବେଳେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ପ୍ରଦାନ କରୁଛନ୍ତି ଏବଂ ଏହି ର‌୍ୟାଙ୍କିଙ୍ଗ ହେଉଛି ସେମାନଙ୍କ ଅତୁଳନୀୟ ପ୍ରଦର୍ଶନର ପ୍ରତିଫଳନ । ଉନ୍ନତ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ଜରିଆରେ ଆମ ଓଡ଼ିଶା ଡିସକମ୍‌ଗୁଡ଼ିକ ପରିଚାଳନା ଶୁଭାରମ୍ଭର ଦୁଇ ବର୍ଷ ମଧ୍ୟରେ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣିଥିବା ଜାଣି ବେଶ ସନ୍ତୋଷଜନକ ମନେ ହେଉଛି ବୋଲି ଟାଟା ପାୱାରର ସଭାପତି, ଟିଆଣ୍ଡ୍‌ଡି ଶ୍ରୀ ସଞ୍ଜୟ ବାଙ୍ଗା କହିଛନ୍ତି ।
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଓ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ (ଉଭୟ ଅପ୍‌ଗ୍ରେଡ୍‌) ସହ ଯଥାକ୍ରମେ ବି ଗ୍ରେଡ୍ ଲେଖାଏଁ ହାସଲ କରିଛନ୍ତି । ଓଡ଼ିଶାର ଡିସକମ୍‌ଗୁଡ଼ିକୁ ସେମାନଙ୍କ ୨୦୨୧-୨୨ ଆର୍ଥିକ ବର୍ଷ ପ୍ରଦର୍ଶନ ଆଧାରରେ ରେଟିଂ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

3 + 5 =