ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

କଳିଙ୍ଗନଗର: ଜୀବନ ଓ ସମ୍ପତି ବଞ୍ଚାଇବା ପାଇଁ ସର୍ବୋଚ୍ଚ଼ ବଳିଦାନ ଦେଇଥିବା ସାହସୀ ଅଗ୍ନିଶମ ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମିତାର୍ଥେ ଶୁକ୍ରବାର ଦିନ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଜାତୀୟ ଅଗ୍ନିଶମ ସେବା ସପ୍ତାହର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାରଖାନା ପରିସରରେ ଥିବା କେନ୍ଦ୍ରୀୟ ଅଗ୍ନିଶମ କେନ୍ଦ୍ରରେ ଆୟୋଜିତ ଜାତୀୟ ଅଗ୍ନିଶମ ସେବା ସପ୍ତାହର ଉଦ୍‌ଘାଟନୀ ସମାରୋହରେ ଟିଏସ୍‌କେର ଷ୍ଟିଲ୍ ମେଲ୍‌ଟିଂ ସପ୍ (ଏସ୍‌ଏମଏସ୍‌) ବିଭାଗର ଚିଫ୍ ଆଶୁତୋଷ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟିଏସ୍‌କେର ଏଚ୍‌଼ଆର୍‌ବିପି-ଷ୍ଟିଲ୍ ବିଭାଗର ଚିଫ୍ ଯଶବନ୍ତ କୁମାର ପାଣ୍ଡେ, ଟିଏସ୍‌କେର ହଟ୍ ଷ୍ଟ୍ରି୍‌ପ୍ ମିଲ୍ ବିଭାଗର ଚିଫ୍ ତୁହିନ୍ ଚାଟାର୍ଜୀ, ଟିଏସ୍‌କେର ମେକାନିକାଲ୍ ମେଣ୍ଟେନାନ୍ସ୍ (ଷ୍ଟିଲ୍ ଏବଂ ମିଲ୍‌୍ସ) ବିଭାଗର ଚିଫ୍ ଏନ୍ ନାଗା ପ୍ରଶାନ୍ଥ, ଟିଏସ୍‌କେର ସୁରକ୍ଷା ପରିଚାଳନା ବିଭାଗର ଚିଫ୍ ଆର୍‌ଏସ୍ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଅଗ୍ନି ନିରାପତା ପ୍ରତିଶୃତି ଗ୍ରହଣ କରିଥିଲେ ଯେଉଁଥିରେ ବରିଷ୍ଠ ବ୍ୟକ୍ତିମାନେ ଉତ୍ସର୍ଗୀକୃତ ତଥା ଆଦର୍ଶ ସେବା ପ୍ରଦର୍ଶନ କରିଥିବା ସୁରକ୍ଷା କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଗ୍ନି ନିରାପତା ବିଶେଷଜ୍ଞମାନଙ୍କ ଦ୍ୱାରା ଏକ ଉଚ୍ଚ଼-ଅକ୍ଟେନ୍ ଅଗ୍ନି ନିର୍ବାପକ ଡ୍ରିଲ୍ ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ସପ୍ତାହବ୍ୟାପୀ ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ପାଇଁ ସଚେତନତା ଅଧିବେଶନ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ୍ କଳିଙ୍ଗନଗରର ସୁରକ୍ଷା ବିଭାଗ ସଂଯୋଜନା କରିଥିଲା ।

ଏପ୍ରିଲ୍ ୧୪କୁ ଭାରତରେ ଜାତୀୟ ଅଗ୍ନିଶମ ସେବା ଦିବସ ଭାବରେ ପାଳନ କରାଯାଏ । ୧୯୪୪ ମସିହା ଏହି ଦିନରେ ଅଗ୍ନିଶମ କର୍ମଚାରୀମାନେ ସାହସିକତା ଏବଂ ନିଜ କର୍ତବ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି ମୁମ୍ବାଇ ବନ୍ଦରର ଏସ୍‌ଏସ୍ ଫୋର୍ଟ ଷ୍ଟିକାଇନ୍ ଜାହାଜରେ ବିସ୍ଫୋରଣ ପରେ ବିଶାଳ ଅଗ୍ନି ସହିତ ଲଢେଇ କରିଥିଲେ ।

ଏହି ଦୁର୍ଘଟଣାରେ ନିଆଁକୁ ଆୟତ କରିବା ସମୟରେ ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଦିନକୁ ଜାତୀୟ ଅଗ୍ନିଶମ ସେବା ଦିବସ ଭାବେ ପାଳନ କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

1 × 4 =