୪୫% ମହିଳା ସରକାରୀ ସ୍କିମ୍‌ର ଲାଭ ହାସଲ କରୁଛନ୍ତି: ପେନିଅରବାଏ ରିପୋର୍ଟ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ୍ ନେଟ୍‌ୱର୍କ ପେନିଅରବାଏ ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରରୁ ଜଣାପଡ଼ିଛି ଯେ ୪୫% ମହିଳା ସରକାରୀ ସ୍କିମ୍‌ଗୁଡ଼ିକର ଲାଭ ହାସଲ କରୁଛନ୍ତି । ଗ୍ରାମାଂଚଳରେ ଥିବା ୬୩ ପ୍ରତିଶତରୁ ଅଧିକ ମହିଳା ସେମାନଙ୍କ ନିଜସ୍ୱ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆର୍ଥିକ ସ୍ୱାଧୀନତା ଓ ସ୍ୱାବଲମ୍ବୀ ହେବା ଲାଗି ସେମାନଙ୍କ ଭିତରେ ପ୍ରବଳ ଆଗ୍ରହ ରହିିଛି । ପେନିଅରବାଏ ମହିଳା ଆର୍ଥିକ ସୂଚକାଙ୍କ ନାମକ ଏହି ରିପୋର୍ଟରେ ରିଟେଲ୍ ଷ୍ଟୋର୍‌ରେ ମହିଳାମାନଙ୍କ ଆର୍ଥିକ ଉପଯୋଗିତା ପ୍ରଦର୍ଶନ କରାଯାଇଛି । କମ୍ପାନି ପକ୍ଷରୁ ଏହି ସର୍ଭେରେ ଦେଶର ୫,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍‌କୁ ଅନ୍ତର୍ଭୁକ୍ତ କରାଯାଇଥିଲା

ସର୍ଭେ ରିପୋର୍ଟ ଅନୁସାରେ ୯୫ ପ୍ରତିଶତରୁ ଅଧିକ ମହିଳା ଟଙ୍କା ଉଠାଣ ଲାଗି ଏଇପିଏସ୍ ବ୍ୟବହାର କରୁଥିବା ବେଳେ କାରବାର ଲାଗି ନଗଦ ଟଙ୍କା ବ୍ୟବହାରକୁ ପସନ୍ଦ କରୁଛନ୍ତି । ୧୮-୩୦ ଏବଂ ୩୧-୪୦ ବର୍ଷ ବର୍ଗର ମହିଳାମାନେ ଡିଜିଟାଲ୍ କାରବାରକୁ ପସନ୍ଦ କରୁଛନ୍ତି । ୪୧% ମହିଳା କହିଛନ୍ତି ଯେ ସେମାନଙ୍କ ଫୋନ୍‌ରେ କୌଣସି ପେମେଂଟ୍ ଆପ୍ ନାହିଁ ।
ମହିଳାମାନେ ନିକଟସ୍ଥ ପେନିଅରବାଏ ରିଟେଲ୍ ଆଉଟ୍‌ଲେଟ୍‌କୁ ନଗଦ ଉଠାଣ, ମୋବାଇଲ୍ ରିଚାର୍ଜ ଓ ବିଲ୍ ପେମେଂଟ୍ କରିବା ଲାଗି ବ୍ୟବହାର କରୁଛନ୍ତି । ଅଧିକାଂଶ ମହିଳା ୧୦୦୦-୨୫୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଉଥିବା ବେଳେ ୫୦୦-୧୦୦୦ ଟଙ୍କା ପର୍ଯ୍ୟନ୍ତର ଇଏମ୍‌ଆଇ ଦେଉଛନ୍ତି । ୭୦ ପ୍ରତିଶତରୁ ଅଧିକ ମହିଳାଙ୍କ ଜନ ଧନ ଖାତା ରହିଛି । ୨୫% ମହିଳା ସ୍ୱୀକାର କରିଛନ୍ତି ଯେ ତାଙ୍କ ସ୍ୱାମୀ ବ୍ୟାଙ୍କ ଖାତା ପରିଚାଳନା କରୁଛନ୍ତି । ୫୪% ମହିଳା ଜଣାଇଛନ୍ତି ଯେ ସେମାନେ ମାସିକ ୭୫୦-୧୦୦୦ ଟଙ୍କାର ସଂଚୟ କରୁଛନ୍ତି । କେବଳ ୨୭% ମହିଳା ୧୫୦୦ ଟଙ୍କାରୁ ଅଧିକ ସଂଚୟ କରୁଛନ୍ତି । ୭୧% ମହିଳା ସ୍ୱଳ୍ପ ସଂଚୟ ସ୍କିମ୍‌କୁ ବ୍ୟବହାର କରୁଛନ୍ତି । ନିବେଶ ନିଷ୍ପତି ନେବା ବେଳେ ୭୪ ପ୍ରତିଶତ ମହିଳା ସେମାନଙ୍କ ପରିବାର ସଦସ୍ୟ ଉପରେ ନିର୍ଭର କରୁଛନ୍ତି ଏବଂ ୧୧ ପ୍ରତିଶତ ଆର୍ଥିକ ଉପଦେଷ୍ଟାଙ୍କ ପରାମର୍ଶ ନେଉଛନ୍ତି । ସର୍ଭେରୁ ଜଣାପଡ଼ିଛି ଯେ ୧୬ ପ୍ରତିଶତ ମହିଳା ସରକାରୀ ସ୍କିମ୍‌ର ଲାଭ ବିଷୟରେ ଭଲ ଭାବେ ଜାଣିଥିବା ବେଳେ ୫୫ ପ୍ରତିଶତ ମଧ୍ୟମ ଧରଣର ଜାଣିଛନ୍ତି । ୪୫% ମହିଳା ସରକାରୀ ସ୍କିମ୍‌ର ଲାଭ ନେଉଛନ୍ତି ।
ସଚେତନତା ସତ୍ୱେ ମହିଳାଙ୍କ ମଧ୍ୟରେ ବୀମା ହାର ୨ ପ୍ରତିଶତ ରହିଛି । ୬୮ ପ୍ରତିଶତ ମହିଳା ସଂଗଠିତ ଋଣ ନେବାକୁ ଆଗ୍ରହ ଥିବା ବେଳେ ସେମାନେ ସୁଲଭ ସମାଧାନ ସନ୍ଧାନରେ ରହିଛନ୍ତି । ଚିକିତ୍ସା ଖର୍ଚ୍ଚ, ଘର ମରାମତି, ପିଲାଙ୍କ ପାଠପଢ଼ା, ଚାଷ ଲାଗି ବିହନ, ସାର ଓ ଉପକରଣ କିଣିବା ଲାଗି ସେମାନେ ଋଣ ନେବାକୁ ଚାହୁଛନ୍ତି ।
ମହିଳାଙ୍କ ଭିତରେ ୨୪ ପ୍ରତିଶତ ଇ-କମର୍ସ ଓ ୧୮ ପ୍ରତିଶତ ଅନଲାଇନ ମନୋରଂଜନ ବ୍ୟବହାର କରୁଛନ୍ତି । ୨୭ ପ୍ରତିଶତ ଗ୍ରୋସରି ଓ ଘରକରଣା ଜିନିଷ ବରାଦ କରୁଥିବା ବେଳେ ଏହା ପରେ ରହିଛି ପୋଷାକ, ଆସେସୋରି, ଘର ଓ ରୋଷେଇ ଉପକରଣ ।
ପେନିଅରବାଏର ପ୍ରତିଷ୍ଠାତା, ଏମଡି ଏବଂ ସିଇଓ ଆନନ୍ଦ କୁମାର ବଜାଜ କହିଛନ୍ତି ଯେ, “ଭାରତରେ ମହିଳାମାନେ ସେମାନଙ୍କ ଉଦ୍ୟୋଗୀ ଭାବନାକୁ ପୂର୍ବାପେକ୍ଷା ଅଧିକ ଦୃଢ଼ କରୁଛନ୍ତି ଏବଂ ୬୩%ରୁ ଅଧିକ ମହିଳା ରୋଜଗାର ବୃଦ୍ଧିର ବାଟ ଖୋଜୁଛନ୍ତି । ଦେଶର ବିକାଶ ଯାତ୍ରାରେ ମହିଳାମାନେ ସମାନ ଅଂଶୀଦାର ହେବା ଦରକାର । ପେନିଅରବାଏରେ ଆମେ ମହିଳାମାନଙ୍କୁ ଆମ ଦେଶର ଜିଡିପିର ସଂରକ୍ଷକ ଭାବେ ସ୍ୱୀକାର କରୁଛୁ ଯେଉଁମାନେ ସାମାଜିକ ଏବଂ ଅର୍ଥନୈତିକ ପରିବର୍ତନ ଆଣିବାର ଶକ୍ତି ବ୍ୟବହାର କରୁଛନ୍ତି । ଏକ ଅନୁଷ୍ଠାନ ଭାବେ ଆମେ ମହିଳା ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପରିବର୍ତନ ସହିତ ଯୋଡ଼ି ହୋଇଛୁ ।
ଇ-କମର୍ସ, ମ୍ୟୁଚୁଆଲ ଫଣ୍ଡ ଏବଂ ଫିକ୍ସଡ ଡିପୋଜିଟ ଭଳି ନୂତନ ସେବା ବଢୁଥିବାରୁ ଗ୍ରାମାଂଚଳରେ ମହିଳାମାନେ ଆନୁଷ୍ଠାନିକ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆମେ ମହିଳାମାନଙ୍କୁ ସେମାନଙ୍କ ସଂଚୟ, ନିବେଶ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଅଧିକ ସ୍ୱାଧୀନତା ସହିତ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ସଶକ୍ତ ନାରୀ, ସଶକ୍ତ ଭାରତ ।’’
ପେନିଅରବାଏର ସିଏମଓ ଜାୟତ୍ରି ଦାସଗୁପ୍ତା କହିଛନ୍ତି ଯେ, “ଭାରତ ଏକ ଗଭୀର ଡିଜିଟାଲ ପରିବର୍ତନର ଦ୍ୱାରରେ ଛିଡ଼ା ହୋଇଛି । ତଥାପି, ଏହାର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ଆମେ ଆମର ମହିଳାମାନଙ୍କୁ ଏହି ଦ୍ରୁତ ବିକଶିତ ଡିଜିଟାଲ ପରିଦୃଶ୍ୟରେ ନିରବଚ୍ଛିନ୍ନ ଭାବରେ ସମନ୍ୱିତ କରିବା ପାଇଁ ଆବଶ୍ୟକ ଉପକରଣ ସହିତ ସଜ୍ଜିତ କରିବା ଆବଶ୍ୟକ । ସର୍ଭେର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ ସହିତ ଆମେ ଆମର ଅଗ୍ରଗତିର ଏକ ବ୍ୟାପକ ଆକଳନ କରୁଛୁ ଏବଂ ଭାରତର ଅଭିବୃଦ୍ଧି ଯାତ୍ରାରେ ମହିଳାମାନଙ୍କୁ ସମାନ ଅଂଶୀଦାର କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛୁ ।
ନିକଟରେ ଆରମ୍ଭ ହୋଇଥିବା ଡିଜିଟାଲ ନାରୀ ପଦକ୍ଷେପ ସହିତ,ଆମେ ଦୂରଦୂରାନ୍ତ ମହିଳାମାନଙ୍କୁ ଅତିରିକ୍ତ ଆୟ ସୁଯୋଗ ପ୍ରଦାନ କରୁଛୁ ଯାହା ସେମାନଙ୍କୁ ସେମାନଙ୍କ ସମୟ, ସ୍ଥାନ (ଘର / ଷ୍ଟୋରରୁ) ଏବଂ ଉତ୍ପାଦ ପସନ୍ଦ ସୁବିଧା ଅନୁଯାୟୀ ସେମାନଙ୍କ ସମୁଦାୟକୁ ଆର୍ôଥକ ଏବଂ ଡିଜିଟାଲ ସୁବିଧା ନିକଟରେ ପହଂଚାଇବାକୁୁ ସକ୍ଷମ କରୁଛି । ଆମର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ସୃଷ୍ଟି କରିବା ଯାହା ବୈଷୟିକ ଏବଂ ଆର୍ôଥକ ପ୍ରତିବନ୍ଧକକୁ ଦୂର କରିବ ଏବଂ ଅଧିକ ସମାନ ସମାଜ ଗଠନ କରିବ ।’’

Share

Leave a Reply

Your email address will not be published. Required fields are marked *

one × one =