ଯାହା ହୋଇଛି ଭଲ ହୋଇଛି,ମଝିରେ ମଝିରେ ହାରିବା ଦରକାର

ଭୁବନେଶ୍ୱର() ବିଜେପିକୁ ଝଟକା । ଦିଲ୍ଲୀ ବିଧାନସଭାରେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ନେତା ଖାରବେଳ ସ୍ୱାଇଁ ।

ସେ କହିଛନ୍ତି , ହେଲେ ଯାହା ହୋଇଛି ତାହା ଭଲ ହୋଇଛି ।ବିଜେପି ଏମିତି ମଝିରେ ମଝିରେ ହାରିବା ଦରକାର ।ହାରିବା ଫଳରେ ଭୁଲ କେଉଁଠି ରହିଲା ତାକୁ ଅନୂୁଧ୍ୟାନ କରିବାକୁ ଚେଷ୍ଟା କରିବ ଦଳ । ସେହିପରି ଦିଲ୍ଲୀରେ ବିଜେପି ବହୁତ ପରିଶ୍ରମ କରିଥିଲା । ହେଲେ ମୁଖିଆ କିଏ ହେବା ଘୋଷଣା ନକରିବା ବୋଧହୁଏ ଅସୁବିଧାରଣ କାରଣ ହେଲା ବୋଲି କହିଛନ୍ତି ଏହି ବରିଷ୍ଠ ନେତା ।

ଅନ୍ୟପଟେ, ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ଏକଜିଟ ପୋଲ ପୂର୍ବାନୁମାନ ହୋଇଥିଲା ତାହା ଏକ ପ୍ରକାର ସତ ହେବାକୁ ଯାଉଛି । ବିଜେପିର କଠୋର ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦ ଉପରେ ଭାରିପଡିଛି କେଜ୍ରିୱାଲଙ୍କ ବିକାଶର ମଡେଲ । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବିଜୁଳି ଭଳି ମୌଳିକ ପ୍ରସଙ୍ଗକୁ ମୁଦ୍ଦା କରି ଦିଲ୍ଲୀ ବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ଆପ ମୁଖ୍ୟ ।

Share

Leave a Reply

Your email address will not be published. Required fields are marked *

17 − 9 =