ସୃଷ୍ଟିହେଲା ଲଘୁଚାପ, ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆଜିଠୁ ରାଜ୍ୟରେ ଲଗାଣ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳରେ ବର୍ଷା ହେବ । ସେହିପରି ଢେଙ୍କାନାଳ, କଟକ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ଜାରି ହୋଇଛି ଓ୍ଵାର୍ଣ୍ଣିଂ । ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାସହ କିଛି ଜିଲ୍ଲା ବର୍ଷା ସହ ବଜ୍ରପାତ ହେବ ।

ଉପକୂଳରେ କମ୍ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୬ରୁ ବର୍ଷା ଆରମ୍ଭ ହେବ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୫ରୁ ୧୭ ଏବଂ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ୧୬ରୁ ୧୮ ତାରିଖରେ ବର୍ଷା ହେବ । ପୁଣି ୨୦ ତାରିଖ ପରେ ମୌସୁମୀ ଦୁର୍ବଳ ରହିବ ବୋଲି ଅନୁମାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

five − two =