କୋଟିଆରେ ଫଳକ ରାଜନୀତି

କୋରାପୁଟ: କୋଟିଆରେ ଜୋର ଧରିଲା ଫଳକ ରାଜନୀତି। କୋଟିଆରେ ଆନ୍ଧ୍ର ଫଳକ ମାରିବା ପୂର୍ବରୁ ଓଡ଼ିଶା ତରଫରୁ ଫଳକ ଲଗାଗଲା। ଆନ୍ଧ୍ର ସହ ବିବାଦରେ ଥିବା କୋଟିଆ ଅଞ୍ଚଳରେ ଭାଷାଭିତ୍ତିକ ଫଳକ ଲଗାଇଲା ପ୍ରଶାସନ । ନେରେଡି଼ବାଲାସା ଓ ତାଡ଼ିବାଲାସାରେ ଆନ୍ଧ୍ରପ୍ରଦେଶ ଫଳକ ଲଗାଇବା ପୂର୍ବରୁ ଓଡ଼ିଶା ଫଳକ ଲଗାଇଛି ।

କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଏକ ପ୍ରମୁଖ ରାଜନୈତିକ ଦଳର ରାଜ୍ୟ ସଭାପତି କୋଟିଆ ଅଞ୍ଚଳ ଗସ୍ତ କରି ପଞ୍ଚାୟତର ସମସ୍ତ ଗାଁରେ ତେଲୁଗୁ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାରଙ୍କ ପାଖରେ ଦାବି କରିଥିଲେ । ଏହାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତୃବୃନ୍ଦଙ୍କ ଏଭଳି ବୟାନବାଜିକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ତେବେ ଆନ୍ଧ୍ର ଫଳକ ଲଗାଇବା ପୂର୍ବରୁ ଓଡି଼ଶା ସରକାର ନେରେଡି଼ବାଲାସା ଓ ତାଡ଼ିବାଲାସାରେ ଓଡ଼ିଆରେ ଫଳକ ଲଗାଇ କୋଟିଆ ପଞ୍ଚାୟତକୁ ସ୍ୱାଗତ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ଆଇନଗତ ଲଢେଇ ଚାଲିଥିବା ବେଳେ ରାଜନୈତିକ ବୟାନବାଜି ସାଙ୍ଗକୁ ପ୍ରଶାସନିକ ପ୍ରତିଯୋଗିତା ଜାରି ରହିଛି । ଏହା ଅଞ୍ଚଳବାସୀଙ୍କ ଉପରେ କିପ୍ରକାର ପ୍ରଭାବ ପକାଇବ ତାହାରି ଉପରେ ସଭିଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

20 − fifteen =