ୱି ବିଜନେସ୍ ପକ୍ଷରୁ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌)ର ବ୍ରାଣ୍ଡ୍ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍‌ର ଶୁଭାରମ୍ଭ କରାଯାଇଛି ଯାହା ହେଉଛି ଭବିଷ୍ୟତ ଲାଗି ପ୍ରସ୍ତୁତ, ସମ୍ପୂର୍ଣ୍ଣ ସମନ୍ୱିତ, ସେଲ୍‌ଫ-କେୟାର ଆଇଓଟି ସଂଯୋଗ ଏବଂ ଡିଭାଇସ୍ ପରିଚାଳନା ପ୍ଲାଟଫର୍ମ । ଏହା ସଂସ୍ଥାଗୁଡିକୁ ଆଇଓଟି ସମ୍ପତିଗୁଡ଼ିକୁ ଯେକୌଣସି ସ୍ଥାନରେ ରହି ବାସ୍ତବ ସମୟରେ ନିୟନ୍ତ୍ରଣ, ନିରୀକ୍ଷଣ ଓ ପରିଚାଳନା କରିବାରେ ସହାୟକ ହେବ ।
ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍ ଜରିଆରେ କମ୍ପାନି ଯେକୌଣସି ସ୍ଥାନରେ ରହି ଅଟୋମୋବାଇଲ୍‌ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ୟୁଟିଲିଟି ଭଳି ଶିଳ୍ପରେ ସହଜରୁ ଜଟିଳ ପ୍ରକଳ୍ପ ପର୍ଯ୍ୟନ୍ତ ସବୁଥିରେ ସିମ୍ ଜୀବନଚକ୍ରକୁ ପରିଚାଳନା ଓ ନିୟନ୍ତ୍ରଣ କରିବା ସହ ସମସ୍ତ ଆଇଓଟି ସଂପତିଗୁଡ଼ିକୁ ବ୍ୟାପକ ଭାବେ ଦେଖିପାରିବେ । ଏଥିରେ ରିଅଲ ଟାଇମ୍ ଭିତିରେ ଆଇଓଟି ଡିଭାଇସ୍‌କୁ ସଜାଡ଼ିହେବ ଏବଂ ଗୁରୁତ୍ୱପୂର୍ଣ୍ଣ ମିସନରେ ବିଭ୍ରାଟକୁ ଏଡ଼ାଇ ହେବ । ଏହାର ଏକ ସ୍ୱତନ୍ତ୍ର ଗୁଣ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ବିଲିଂ ମଡେଲ୍ ରହିଛି ଯାହା ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ଉନ୍ନତ ଆନାଲିଟିକ୍ସ ଅନୁସାରେ ପ୍ରସ୍ତୁତ ହେବ ।
ଏ ସମ୍ପର୍କରେ ଭୋଡାଫୋନ୍ ଆଇଡିଆର ଇଭିପି ଓ ଆଇଓଟି ବ୍ୟବସାୟ ମୁଖ୍ୟ ଅମିତ ଶତପଥୀ କହିଛନ୍ତି ଯେ, “ଆଇଓଟିର ବର୍ଦ୍ଧିତ ଗ୍ରହଣୀୟତା ଯୋଗୁଁ ଆଗାମୀ ଦଶନ୍ଧିରେ ଏକ ବ୍ୟାପକ ଆଇଓଟି ବ୍ୟବସ୍ଥା ଦେଖିବାକୁ ମିଳିବ ଯେଉଁଥିରେ କୋଟି କୋଟି ଡିଭାଇସ୍ ଯୋଡ଼ିହୋଇରହିବ । ଭାରତର ଆଇଓଟି କ୍ଷେତ୍ରରେ ଆମର ଦୃଢ଼ ନେତୃତ୍ୱ ଓ ଦକ୍ଷତାକୁ ନେଇ ସେହି ପ୍ରଗତିକୁ ଆମେ ଶୁଭାରମ୍ଭ କରିଥିବା ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍ ସହଯୋଗ କରିବ । ଏକ ସ୍ମାର୍ଟ ଓ କନେକ୍ଟେଡ୍ ଦୁନିଆରେ ଏହି ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ଲାଟଫର୍ମ ସଂସ୍ଥାଗୁଡ଼ିକୁ ଆଇଓଟିର ଶକ୍ତିକୁ ବ୍ୟବହାର କରିବାରେ ସହାୟକ ହେବ । ଏହି ରୂପାନ୍ତରୀତ ଏଣ୍ଡ୍ ଟୁ ଏଣ୍ଡ୍ ପ୍ଲାଟଫର୍ମ ସଂସ୍ଥାଗୁଡିକୁ ବିଭିନ୍ନ ଶିଳ୍ପ ଓ ବ୍ୟବହାର ମାମଲାରେ ନିୟୋଜିତ ହୋଇଥିବା ଆଇଓଟି ଡିଭାଇସ୍‌ଗୁଡ଼ିକୁ କେନ୍ଦ୍ରୀୟ ଭାବେ ପରିଚାଳନା, ନିୟନ୍ତ୍ରଣ ଓ ନିରୀକ୍ଷଣ କରିବାରେ ସହାୟକ ହେବ । ଭାରତରେ ଆଇଓଟିର ଅଭିବୃଦ୍ଧି କାହାଣୀ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଭାରତ ସରକାରଙ୍କ ଉଦ୍ୟମକୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଛୁ । ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଏବଂ ଆଇଓଟି ଉତ୍କର୍ଷ କେନ୍ଦ୍ର ଦେଶରେ ଆଇଓଟି ଗ୍ରହଣୀୟତାକୁ ବଢ଼ାଇବ ।’’
ରିଭୋଲ୍‌ଟ ମୋଟର୍ସର ନିର୍ଦ୍ଦେଶକ ସନ୍ଦୀପ କୁମାର କହିଛନ୍ତି ଯେ, “ଭାରତୀୟ ବଜାରରେ ଏକ ଅଗ୍ରଣୀ ଇଲେକ୍ଟ୍ରିକ୍ ମୋଟରସାଇକଲ୍ କମ୍ପାନି ଭାବେ ଆମେ ଆଇଓଟି ପ୍ରଯୁକ୍ତିରେ ଆଗରେ ରହିବା ଏବଂ ଗ୍ରାହକଙ୍କୁ ଶ୍ରେଷ୍ଠ ମାନର ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ । ଆମ ପ୍ରତିଦ୍ୱନ୍ଦ୍ୱିତା ଭାବ ବଢାଇବା ଲାଗି ଆମ ଆଇଓଟି ସହଯୋଗୀ ୱି ବିଜନେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସେମାନେ ଆମକୁ ସବୁଠୁ ଉନ୍ନତ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି ଯାହା ଆମକୁ ଆଇଓଟି ସମ୍ପତି ସାମିଲ କରିବାଠାରୁ ପରିଚାଳନା ପର୍ଯ୍ୟନ୍ତ ସବୁ କିଛି ନିରବଚ୍ଛିନ୍ନ ଭାବେ ପରିଚାଳନା କରିବାରେ ସହାୟକ ହୋଇପାରିଛି । ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍ ପ୍ଲାଟଫର୍ମ ଆମକୁ ପରିଚାଳନା ଖର୍ଚ୍ଚ କମ୍ କରିବା, ବାସ୍ତବ ସମୟରେ ଦେଖିବା ଏବଂ ବିବିଧ କାମର ଅଟୋମେସନ କରିବାରେ ସହାୟକ ହୋଇପାରିଛି ।’’

Share

Leave a Reply

Your email address will not be published. Required fields are marked *

15 + nineteen =