କବାଟ ବନ୍ଦ, ଝରକା ଖୋଲା : ଅରମା ହୋଇଗଲାଣି ପ୍ରାଣୀଧନ ସହାୟକ କେନ୍ଦ୍ର

ଭୁବନେଶ୍ବର () ରାଜ୍ୟ ସରକାର ଏବେ ମାଛ ଚାଷ ସହ ଛେଳି ଚାଷ, ଦୁଗ୍ଧ ଚାଷ, କୁକୁଡା ଚାଷ, ଛେଳୀ ଚାଷ ପାଇଁ ଗ୍ରାମୀଣ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏଥିପାଇଁ ସହଯୋଗ ମଧ୍ୟ କରୁଛନ୍ତି । କାଳିଆ ଯୋଜନାରେ ମଧ୍ୟ ଏବାବଦରେ ଆର୍ଥିକ ସହାୟତା ଦିଆଯିବ । ହେଲେ ଏଥିପାଇଁ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିଷ୍ଠା ହୋଇଥିବା ପ୍ରାଣୀଧନ ସହାୟକ କେନ୍ଦ୍ରଗୁଡିକ କେମିତି ଚାଲିଛି ତାର ଏକ ଉଦାହାରଣ ଦେବାକୁ ମିଳିଛି କେସୁରାରେ ।

??

କେସୁରା, ଭୁବନେଶ୍ବର ଠାରୁ ମାତ୍ର 10 କିଲୋମିଟର । କେସୁରାରେ ପ୍ରତିଷ୍ଠା ହୋଇଛି ପ୍ରାଣୀଧନ ସହାୟକ କେନ୍ଦ୍ର । ଜଣେ ପ୍ରାଣୀଧନ ସହାୟକ ମଧ୍ୟ ନିଯୁକ୍ତି ପାଇଛନ୍ତି । ହେଲେ ଏହି କେନ୍ଦ୍ର କେତେ ଦିନ ହେଲା ବନ୍ଦ ହେଲାଣି ତାର ହିସାବ ଆଖପାଖ ଲୋକଙ୍କ ପାଖରେ ନାହିଁ । ପ୍ରାଣୀଧନ ସହାୟକ କେନ୍ଦ୍ରଟି ଅରମା ପାଲଟିଗଲାଣି । ଘର ଛାତ ଉପରେ ଜଙ୍ଗଲୀ ଲତା ଗଛ ମାଡି ଯାଇଥିବା ବେଳେ ଏହି କେନ୍ଦ୍ରକୁ ଯିବାକୁ ଭୟ ଲାଗିବ । କାରଣ କେନ୍ଦ୍ର ସମ୍ମୁଖ ଭାଗଟି ବୁଦୁବୁଦୁଆ ଜଙ୍ଗଲ ଭଳି ହୋଇଛି ।

ହେଲେ ବୁଦା ମଧ୍ୟ ଦେଇ କେନ୍ଦ୍ରକୁ ଗଲେ ବିଚିତ୍ର ଚିତ୍ର ଦେଖିବାକୁ ମିଳିବ । କେନ୍ଦ୍ରର ଟିଣ କବାଟଟି କେତେ ଦିନରୁ ବନ୍ଦ ହୋଇ ରହିଛି ତାହା ଏଥିରେ ଲାଗିଥିବା କଳଙ୍କିରୁ ବାରି ହେଉଛି । ହେଲେ କେନ୍ଦ୍ରର ଝରକା ଖୋଲା । ଭିତରେ ଟେବୁଲ ଚେୟାର ପଡିଛି, ଲୁହା ରାକରେ ଫାଇଲ ପତ୍ର ବି ରହିଛି । ଟେବୁଲ କ୍ଲଥ ଉପରେ ବହଳ ମୋଟର ଧୁଳି ଜମାଟ ବାନ୍ଧିଛି । ଯଦି ରାଜଧାନୀ ଉପକଣ୍ଠର ପ୍ରାଣୀଧନ ସହାୟକ କେନ୍ଦ୍ରର ଅବସ୍ଥା ଏମିତି ଉପାନ୍ତ ଅଂଚଳ କଥା ନକହିବା ଭଲ ।

Share

Leave a Reply

Your email address will not be published. Required fields are marked *

six + 1 =