ପ୍ରଦୂଷଣକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ

ନୂଆଦିଲ୍ଲୀ : ଚିନ୍ତା ବଢ଼ାଇଲା ପ୍ରଦୂଷଣ ମାତ୍ରା । ସୋମବାର ଦିନ ଦିଲ୍ଲୀରେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ବାୟୁଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି । ପ୍ରଦୂଷଣ ମାମଲାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନେଇ ସତ୍ୟପାଠ ଦାଖଲ । ଦିଲ୍ଲୀ ,ପଞ୍ଜାବ, ହରିୟାଣା ଏବଂ ୟୁପି ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ସରକାରଙ୍କ ସହ ବସିବ ବୈଠକ । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ନିଷ୍ପତ୍ତି ନିଆଯାଇପାରେ । ବାୟୁ ପ୍ରଦୂଷଣକୁ ରୋକିବା ନେଇ ଦିଲ୍ଲୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ପାଇଁ ପ୍ରସ୍ତୁତ ଅଛି ବୋଲି ସୁ ପ୍ରିମ୍ କୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର ।

Share

Leave a Reply

Your email address will not be published. Required fields are marked *

5 × 5 =