ପିତୃତ୍ୱ ଦିବସ ୨୦୨୩ରେ ପିତାଙ୍କ ପାଇଁ କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଉପହାର

ଭୁବନେଶ୍ୱର: ପିତାଙ୍କ ନିଃସର୍ତ ଭଲ ପାଇବା ଓ ଆମ ପ୍ରତି ତାଙ୍କ ଅତୁଟ ସମର୍ପଣ ଭାବ ପାଇଁ ତାଙ୍କୁ କିଭଳି କୃତଜ୍ଞତା ଜଣାଇବା ତାହା ପିଲା ବେଳେ ଆମେ ଜାଣିନଥାନ୍ତି । ପିତୃତ୍ୱ ଦିବସ ୨୦୨୩ ପାଖେଇ ଆସିଥିବା ବେଳେ ତାଙ୍କୁ ଏକ ଚମତ୍କାର ଉପହାର ଦେଇ ତାଙ୍କ ଭଲ ପାଇବା ପ୍ରଦର୍ଶନ କରିବାର ଅପୂର୍ବ ସୁଯୋଗ ଆସିଛି ।
ଚିକିତ୍ସା ଖର୍ଚ୍ଚରେ ବୃଦ୍ଧି ଓ ସ୍ୱାସ୍ଥ୍ୟକୁ ନେଇ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏକ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଜରିଆରେ ସେମାନଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ଅଭାବନୀୟ ମେଡିକାଲ୍ ଖର୍ଚ୍ଚରୁ ବର୍ତି ହେବ ଏବଂ ଏକ ଚିନ୍ତାମୁକ୍ତ ଜୀବନ ଲାଗି ଶ୍ରେଷ୍ଠ ମାନର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସହାୟକ ହେବ । ସେହି ସମୟରେ ଏକ ବ୍ୟାପକ ସ୍ୱାସ୍ଥ୍ୟ ବୀମା ପଲିସି ଉପହାରର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବ, କାରଣ ଆପଣ ନିଜ ପିତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଓ ମାନସିକ ଶାନ୍ତି ପାଇଁ ଅମୂଲ୍ୟ ଉପହାର ଦେବେ ।
କେୟାର ସ୍ୱାସ୍ଥ୍ୟ ବୀମା ପଲିସିରେ ରହିଛି ବ୍ୟାପକ ସୁବିଧା । ହସ୍ପିଟାଲ୍ ଖର୍ଚ, ହସ୍ପିଟାଲରେ ଭର୍ତି ପୂର୍ବ ଓ ପରବର୍ତୀ ଖର୍ଚ, ଆମ୍ବୁଲାନ୍ସ ଖର୍ଚ, ବୀମା ରାଶିର ସ୍ୱୟଂକ୍ରିୟ ରିଚାର୍ଜ, ଚକ୍ରବୃଦ୍ଧି ବୋନସ୍ ଓ ବୋନସ୍ ସୁପର ଜରିଆରେ ପ୍ରକୃତ ବୀମା ରାଶିକୁ ବୃଦ୍ଧି କରିବା ଡେ-କେୟାର ପଦ୍ଧତି ଲାଗି ସୁବିଧା ରୋବୋଟିକ୍ ସର୍ଜରି, ବାର୍ଷିକ ସ୍ୱାସ୍ଥ୍ୟ ଯାଂଚ ଓ ଆହୁରି ବହୁ ପ୍ରକାର ସୁବିଧା ଏଥିରେ ସାମିଲ ରହିଛି ।
କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ବଂଟନ ମୁଖ୍ୟ ଅଜୟ ଶାହ କହିଛନ୍ତି ଯେ,”ଆପଣଙ୍କ ବାପାଙ୍କ ବୟସ ଅନୁସାରେ ତାଙ୍କ ଆବଶ୍ୟକତାକୁ ସୁହାଇବା ଭଳି ସୁବିଧା ସୁଯୋଗ ଥିବା ସ୍ୱାସ୍ଥ୍ୟ ବୀମା ପଲିସି ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ସଦାସର୍ବଦା ଉଦୀୟମାନ ହେଉଥିବା ବୀମା ଦୃଶ୍ୟପଟ୍ଟରେ ଶିଳ୍ପ ପକ୍ଷରୁ ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଭଳି ବୀମା କଂପାନିଗୁଡ଼ିକ ପ୍ରଦାନ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି । କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସରେ ଆମେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ବ୍ୟାପକ ବିକଳ୍ପ ଚୟନ କରିବାର ସୁବିଧା ପ୍ରଦାନ କରୁଛୁ ଯାହା ସେମାନଙ୍କ ଆବଶ୍ୟକତାକୁ ସୁହାଇବ । ଆମର ବ୍ୟାପକ ସ୍ୱାସ୍ଥ୍ୟ ବୀମା ଚିକିତ୍ସା ଓ ହସ୍ପିଟାଲ୍‌ରେ ଭର୍ତି ଆବଶ୍ୟକତାର ଦେଖାଶୁଣା କରୁଥିବା ବେଳେ ବ୍ୟାପକ ପ୍ରକାର ସୁବିଧା ଓ ସେବା ପ୍ରଦାନ କରୁଛି ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ପୂରଣ କରିବ । ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଲାଗି ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।’’
ଏହା ବ୍ୟତୀତ କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ବ୍ୟାପକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ରହିଛନ୍ତି ଯେଉଁଠାରେ ଗ୍ରାହକମାନେ କ୍ୟାସ୍‌ଲେସ୍ ଚିକିତ୍ସା ସୁବିଧା ପାଇପାରିବେ କିମ୍ବା ମେଡିକାଲ୍ ଆବଶ୍ୟକତା ପୂରଣ କରିପାରିବେ । ଫଳରେ ହଠାତ୍ ପାଣ୍ଠି ଯୋଗାଡ଼ କରିବାର ଚାପକୁ ଏହା ଦୂର କରିବ ଏବଂ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ । ପଲିସିଧାରକଙ୍କୁ ଚବିଶ ଘଂଟା ସେବା ପ୍ରଦାନ କରିବା ଲାଗି ଆମ ବିଶେଷଜ୍ଞମାନଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ରହିଛନ୍ତି । ଏହି ପିତୃତ୍ୱ ଦିବସରେ ବାପାଙ୍କ କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଏକ ବୀମା ଉପହାର ଦିଅନ୍ତୁ ।

Share

Leave a Reply

Your email address will not be published. Required fields are marked *

one × 3 =