ନବୀନଙ୍କ ଅପିଲ : ଭୟଭିତ ହୁଅନ୍ତୁ ନାହିଁ, ସରକାର ମୁକାବିଲା ପାଇଁ ପ୍ରସ୍ତୁତ

ଭୁବନେଶ୍ବର () ଆସନ୍ତାକାଲି ସକାଳ 10ଟାରେ ଓଡିଶା ଉପକୂଳକୁ ଛୁଇଁବ ବାତ୍ୟା । ଏଥିପାଇଁ ଉପକୂଳ ଜିଲ୍ଲାଗୁଡିକରେ ଲୋକେ ଭୟଭିତ ହୋଇପଡିଥିବା ବେଳେ ସୁରକ୍ଷା ପାଇଁ ସ୍ଥାନ ଖୋଜୁଛନ୍ତି । ଏଭଳିସ୍ଥିତିରେ ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ  ପ୍ରସ୍ତୁତ ଅଛନ୍ତି ।

ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ । ବାତ୍ୟା ସମୟରେ ମହିଳା ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମମାନଙ୍କୁ ସ୍ଵତନ୍ତ୍ର ଦେଖାଶୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଶାନ୍ତ ରହିବା ସହ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।

ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ବାତ୍ୟାର ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି । ସମସ୍ତ ପ୍ରକାର ପରିସ୍ଥିତିରେ ଟେଲି ଯୋଗାଯୋଗ କିଭଳି ଭାବେ ନିରନ୍ତର ଚାଲୁ ରହିବ ସେନେଇ ମୁଖ୍ୟମନ୍ତ୍ରୀ ସଚିବାଳୟ ଟେଲିକମ ଅପରେଟରଙ୍କ ସହ କଥା ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 9 =