ଦଶହରା ଉପଲକ୍ଷେ ସୁରକ୍ଷିତ ଉତ୍ସବ ପାଳନ ନିମନ୍ତେ ଟିପିସିଓଡିଏଲ୍ ପକ୍ଷରୁ ଗାଇଡଲାଇନ

ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ଆଇନଗତ ବିଦ୍ୟୁତ ସଂଯୋଗ ନେବା ପାଇଁ ଟିପିସିଓଡିଏଲ୍ ଉତ୍ସାହିତ କରୁଛି
ନିଜର କଲ୍ୟାଣ ପାଇଁ ସୁରକ୍ଷା ନୀତିନିୟମ ପାଳନ କରନ୍ତୁ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଆଗାମୀ ଦଶହରା ଉତ୍ସବ ସମୟରେ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ଲକ୍ଷ୍ୟ ରଖାଯାଇଛି ।
ସୁରକ୍ଷା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ବଜାୟ ରଖି ଅସ୍ଥାୟୀ ଢାଂଚା ଓ ପେଣ୍ଡାଲଗୁଡ଼ିକ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଆବଶ୍ୟକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଉତ୍ସବ ପାଳନକୁ ସୁନିଶ୍ଚିତ କରିବା ଲାଗି ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ସଂଯୋଗ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ଆହ୍ୱାନ ଦିଆଯାଇଛି । ଆମର ସତର୍କତା ଟିମ୍ ସମସ୍ତ ପେଣ୍ଡାଲର ବିଦ୍ୟୁତ ବ୍ୟବସ୍ଥା ଉପରେ ନଜର ରଖିବା ସହ ଅଣ ସ୍ୱୀକୃତିପ୍ରାପ୍ତ ସଂଯୋଗକୁ ରୋକିବେ ।
ଟିପିସିଓଡିଏଲ୍‌ର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଗାଇଡ୍‌ଲାଇନ୍‌ରେ ସାମିଲ ରହିଛି:
ଓୟାରିଂ ଓ ପରୀକ୍ଷଣ ପାଇଁ ସ୍ୱୀକୃତିପ୍ରାପ୍ତ ଇଲେକ୍ଟ୍ରିସିଆନ୍‌
ବିଦ୍ୟୁତ ବ୍ୟବସ୍ଥାଠାରୁ ନିରାପଦ ଦୂରତା ବଜାୟ ରଖିବା
ଅଣସ୍ୱୀକୃତ ହୁକ ଏଡ଼ାଇବା; ଯାହା ବେଆଇନ ହୋଇଥିବା ବେଳେ ଘାତକ ମଧ୍ୟ
ଟେଂଟ୍‌, ପେଣ୍ଡାଲ ଓ ଆଲୋକ ସାଜସଜ୍ଜା ପାଇଁ ଆଇନଗତ ସଂଯୋଗ ହାସଲ କରିବା
ସୁରକ୍ଷା ପାଇଁ ଉପଯୁକ୍ତ ଆର୍ଥିଂ ସୁନିଶ୍ଚିତ କରିବା
ଶୋଭାଯାତ୍ରା ସମୟରେ ବିଦ୍ୟୁତ ତାରଠାରୁ ନିରାପଦ ଦୂରତ୍ୱ ବଜାୟ ରଖିବା
ଅଗ୍ନି ନିର୍ବାପକ ଯନ୍ତ୍ର ସ୍ଥାପନ କରିବା ଏବଂ ଶକ୍ତି ମିତବ୍ୟୟୀ ଏଲ୍‌ଇଡି ଲାଇଟ୍ ଚୟନ କରିବା
ଆଇନଗତ ସଂଯୋଗ ହାସଲ କରିବା ଲାଗି ୧୯୧୨କୁ କଲ୍ କରନ୍ତୁ କିମ୍ବା ଦ୍ଭରଙ୍ଗମକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଇମେଲ୍ କରନ୍ତୁ
ଯେକୌଣସି ପ୍ରକାର ସମସ୍ୟାର ତ୍ୱରିତ ସମାଧାନ ପାଇଁ ଟିପିସିଓଡିଏଲ୍‌ର କଲ୍ ସେଂଟର ଚବିଶ ଘଂଟା ପ୍ରସ୍ତୁତ ରହିଛି । ଜରୁରୀକାଳୀନ ସ୍ଥିତିରେ ଆମ ସହ ୧୯୧୨/ ୧୮୦୦୩୪୫୭୧୨୨ରେ କଲ୍ କରନ୍ତୁ ।
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ସୁରକ୍ଷା ପ୍ରତି ଆମ ଦୃଢ଼ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଉଲ୍ଲାସ ପୂର୍ଣ୍ଣ ଓ ସୁରକ୍ଷିତ ଦଶହରାର ଗ୍ୟାରେଂଟି ପ୍ରଦାନ କରୁଛି । ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଆମେ ଜନସାଧାରଣଙ୍କୁ ଆହ୍ୱାନ ଦେଉଛୁ ।
ସମସ୍ତଙ୍କ ପାଇଁ ଉତ୍ସବକୁ ଏକ ସୁରକ୍ଷିତ ଓ ଉଲ୍ଲାସପୂର୍ଣ୍ଣରେ ପରିଣତ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ଏବଂ ସମସ୍ତଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସୁରକ୍ଷିତ ଉତ୍ସବ ପାଳନର ଶୁଭକାମନା ଜଣାଉଛି । ଟିପିସିଓଡିଏଲ୍‌-ଆପଣଙ୍କ ପାଇଁ, ସର୍ବଦା, ଆପଣଙ୍କ ସହିତ ।’’

Share

Leave a Reply

Your email address will not be published. Required fields are marked *

10 + two =