ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ-ଡି’ସାଇନିଆ ପକ୍ଷରୁ ଉତ୍ସବ ଗହଣା ସମ୍ଭାର ରାଜୱାଡା ୨୦୨୩ ଉନ୍ମୋଚିତ

 ଅଭିନେତ୍ରୀ ଜୟା ଏହସାନ ନୂଆ ସମ୍ଭାରର ପ୍ରଚାର କରିବେ
ଭୁବନେଶ୍ୱର: ସର୍ବଭାରତୀୟ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନକୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଏହାର ଉତ୍ସବ ଗହଣା ସମ୍ଭାର ରାଜୱାଡା ୨୦୨୩କୁ କଂପାନିର ଡି’ସାଇନିଆ ଷ୍ଟୋରଗୁଡ଼ିକରେ ଉନ୍ମୋଚନ କରାଯାଇଛି । ଏହି ସମ୍ଭାର ହେଉଛି ଉତ୍ସବ ଭାବର ପାଳନ ଏବଂ ଏହା ପାରମ୍ପରିକ ଓ ସମସାମୟିକ ଭବ୍ୟତା ଏବଂ ଅନ୍ତରର ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରୁଛି ।
ରାଜୱାଡା ୨୦୨୩ ଫେଷ୍ଟିଭ୍ ଏଡିଟ୍ ସମ୍ଭାରେ ରହିଛି ସୁନା, ହୀରା, ପୋଲକି, କୁନ୍ଦନ ଓ ଆଂଟିକ୍ ଗହଣାର ବ୍ୟାପକ ଡିଜାଇନ୍ । କୋଲକାତାର ଦକ୍ଷ କାରିଗରଙ୍କ ଦ୍ୱାରା ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ସମ୍ଭାରର ପ୍ରତିଟି ଗହଣା ହେଉଛି ରାଜକୀୟ ଭାବ ଓ କାରିଗରୀ ଭବ୍ୟତାର ଉପଯୁକ୍ତ ସମିଶ୍ରଣ । ଆଂଚଳିକ ଓ ସାଂସ୍କୃତିକ ଆବଶ୍ୟକତାକୁ ନଜରରେ ରଖି ରାଜୱାଡା ଉତ୍ସବ ସମ୍ଭାର ୨୦୨୩କୁ ପ୍ରସ୍ତୁତ କରାଯାଇଛି । ଏହାର ଡିଜାଇନରେ ସାମିଲ ରହିଛି ମୀନାକରି ଯାଦୁ, ତାରକସି ଓ ନାକାସିି କାମ ଓ ସେଥିରେ ହୀରା ଓ ଅର୍ଧ-ମୂଲ୍ୟବାନ ପଥରକୁ ବ୍ୟବହାର କରାଯାଇଛି । ଏହି ସମ୍ଭାର ପଛର ଚିନ୍ତାଧାରା ହେଉଛି ବିବିଧଆଂଚଳିକ କାରିଗରୀକୁ ଏକତ୍ର କରିବା ଗ୍ରାହକଙ୍କ ଭାବାବେଗ ଓ ସାଂସ୍କୃତିକ ଭାବ ସହ ଯୋଡ଼ିହୋଇପାରିବ ।
ରାଜୱାଡା ୨୦୨୩ ଉତ୍ସବ ସମ୍ଭାର ହେଉଛି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ବିବାହ-ରାଜୱାଡା ୨୦୨୨ ସମ୍ଭାରର ସମ୍ପ୍ରସାରଣ ଯାହା ବିଭିନ୍ନ ମୂଲ୍ୟରେ ଭିନ୍ନ ଭିନ୍ନ ଉତ୍ପାଦ ପ୍ରଦାନ କରି ସମସ୍ତଙ୍କ ପାଇଁ ପବିତ୍ରତାର ପ୍ରତୀକ “ସଗୁନ”କୁ ସୁନିଶ୍ଚିତ କରିପାରିଛି । ପ୍ରଚଳିତ ଧାରାକୁ ପ୍ରତିଫଳିତ କରି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସବୁ ଅବସର ପାଇଁ ଉପଯୁକ୍ତ ଡିଜାଇନ୍ ପ୍ରସ୍ତୁତ କରିଛି । ହାଲୁକା ମନ୍ଦିର ଗହଣାଠାରୁ ଆରମ୍ଭ କରି ଆଂଟିକ୍ ଗହଣା ପର୍ଯ୍ୟନ୍ତ ୨୨ କ୍ୟାରେଟ ଓ ୧୮ କ୍ୟାରେଟ ସୁନାରେ ପ୍ରସ୍ତୁତ ତୁର୍କୀ ଡିଜାଇନ୍ ସହ ଏହି ସମ୍ଭାର ବିିବିଧ ଆବଶ୍ୟକତା ପୂରଣ କରିବ । ଏଥି ସହିତ ଏଭରଲାଇଟ୍ ବ୍ରାଣ୍ଡ୍‌ରେ ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଧନତେରସ ଲାଗି ସମ୍ଭାର ଉନ୍ମୋଚନ କରିବ ଯାହା ନିତିଦିନିଆ ପରିଧାନ ଲାଗି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।
ରାଜୱାଡା ୨୦୨୩ ଉତ୍ସବ ସମ୍ଭାରର ପ୍ରସାର ଲାଗି ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଅଭିନେତ୍ରୀ ଜୟା ଏହସାନଙ୍କୁ ନେଇ ଏକ ଅଭିଯାନ ପ୍ରସ୍ତୁତ କରାଯାଇଛି । ଏହି ଅଭିଯାନ ଅତି ଚମତ୍କାର ଢଙ୍ଗରେ ଲକ୍‌ଜୁରି ଓ କାରିଗରୀକୁ ଗ୍ରହଣ କରିଥିବା ବେଳେ ଜୟା ଏହସାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରାଜକୀୟ ଭାବକୁ ଗ୍ରହଣ କରିପାରିଛି ।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଏବଂ ମାର୍କେଟିଂ ଓ ଡିଜାଇନ ମୁଖ୍ୟ ଶ୍ରୀମତୀ ଜୋଇତା ସେନ୍ କହିଛନ୍ତି ଯେ, “ଜୟା ଏହସାନଙ୍କୁ ନେଇ ଆମର ରାଜୱାଡା ୨୦୨୩ ଉତ୍ସବ ସମ୍ଭାରକୁ ଉନ୍ମୋଚନ କରି ଆମେ ବେଶ ଉଲ୍ଲସିତ । ଆମର ସ୍ୱତନ୍ତ୍ର ଉତ୍ସବ ସମ୍ଭାର ଗ୍ରାହକମାନଙ୍କ ପାଇଁ ବିଶେଷ ମୁହୂର୍ତ ସୃଷ୍ଟି କରିବା ସହ ଆମର ଡି’ସାଇନିଆ ଷ୍ଟୋରଗୁଡ଼ିକରେ କିଣାକିଣି କରିବାର ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବ । ଏହି ସମ୍ଭାରରେ ଆଂଟିକ୍‌, ପୋଲ୍‌କି-କୁନ୍ଦନ ଓ ହୀରା ରହିଛି ଯାହା ସାରା ଭାରତର ବିବିଧ ଚାହିଦା ପୂରଣ କରିବ । ଏହି ଧନତେରସ ଓ ବିବାହ ଋତୁରେ ଆମ ରାଜୱାଡା ସମ୍ଭାରରେ ପାରମ୍ପରିକ ଓ ସମସାମୟିକ ମୋଟିଫ୍ ଓ ରୂପରେଖର ମିଶ୍ରଣ ରହିଛି ଯାହାକୁ ଉତ୍କୃଷ୍ଟ କାରିଗରୀରେ ପ୍ରସ୍ତୁତ କରାଯାଇଛି । ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସହ ସମସ୍ତଙ୍କ ପାଇଁ ସଗୁନ ।’’
ଉତ୍ସବ ପାଳନ କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ହୀରାର ଗଢ଼ା ମୂଲ୍ୟ ଉପରେ ୫୦% ପର୍ଯ୍ୟନ୍ତ, ହୀରା ମୂଲ୍ୟ ଉପରେ ୧୨.୫% ପର୍ଯ୍ୟନ୍ତ ଏବଂ ସୁନାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବା ବେଳେ ପୁରୁଣା ସୁନାର ମୂଲ୍ୟ ୦% କାଟ କରାଯିବ ଏବଂ ଧନତେରସ ପାଇଁ ଫ୍ଲେକ୍ସି ଗୋଲ୍ଡ ସ୍ପେସିଆଲ ଅଗ୍ରୀମ ବୁକିଂର ଘୋଷଣା କରାଯାଇଛି ।
ଏହି ଅଫରଗୁଡ଼ିକ ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଡି’ ସାଇନିଆ ଷ୍ଟୋର ଓ ଅନଲାଇନ ପ୍ଳାଟଫର୍ମରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

4 − three =