ଗ୍ରାହକଙ୍କୁ ଠକଙ୍କ ଠାରୁ ବଞ୍ଚାଇବାକୁ ପେଟିଏମର ବଡ ପଦକ୍ଷେପ

ନୂଆଦିଲ୍ଲୀ()  ନିଜ ଗ୍ରାହକଙ୍କୁ ଠକଙ୍କ ଠାରୁ ବଞ୍ଚାଇବାକୁ ପେଟିଏମ ବଡ ପଦକ୍ଷେପ ନେଇଛି । ପେଟିଏମ ପେମେଣ୍ଟ ବ୍ୟାଙ୍କ୍ ତରଫରୁ ଗୃହ ମନ୍ତ୍ରଣାଳୟ, ଟ୍ରାଇ ଓ ‘ସିଇଆରଟି-ଇନ’କୁ ୩୫୦୦ ଫୋନ ନମ୍ବର ଦେଇଛି । ଯେଉଁ ଫୋନ୍ ନମ୍ବରରୁ ଗ୍ରାହକଙ୍କୁ କଲ୍ କରି ଠକୁଛନ୍ତି କିଛି ଅନଲାଇନ୍ ଠକ ।

ଏହାଛଡା ପେଟିଏମ ପେମେଣ୍ଟ ବ୍ୟାଙ୍କ୍ ଏକ ନୂଆ ଫିଚର ମଧ୍ୟ ଲଞ୍ଚ କରିଛି । ଯେଉଁ ଫିଚର ସାହାଯ୍ୟରେ ୟୁଜର୍ସ ଏଭଳି କିଛି ଆପକୁ ଚିହ୍ନଟ କରିପାରିବେ ଯାହାଦ୍ୱାରା ଠକେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏହି ସିକ୍ୟୁରିଟି ଫିଚର ୟୁଜର୍ସଙ୍କ ମୋବାଇଲ ଫୋନରେ ଥିବା ଆପକୁ ସ୍କାନ କରିବ । ଯଦି କୌଣସି ଏଭଳି ଆପ ମିଳେ ଯାହାଦ୍ୱାରା ୟୁଜର୍ସଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯିବାର ସମ୍ଭାବନା ରହିଥିବ ତେବେ ଏହି ସିକ୍ୟୁରିଟି ଆଲର୍ଟ ମିଳିବ । ସିକ୍ୟୁରିଟ୍ ଆଲର୍ଟ ମିଳିବା ମାତ୍ରେ ଏହି ଆପକୁ ୟୁଜର୍ସଙ୍କୁ ଅନ୍ ଇନଷ୍ଟଲ କରିବାକୁ ପଡିବ । ନଚେତ୍ ପେମେଣ୍ଟ ବ୍ୟାଙ୍କରୁ କୌଣସି ଟ୍ରାଞ୍ଜାକସନ କରିପାରିବେ ନାହିଁ ୟୁଜର୍ସ । ଯଦି ଏହାସତ୍ତେ୍ୱ ମଧ୍ୟ ୟୁଜର୍ସ ଟ୍ରାଞ୍ଜାକସନ କରିବାକୁ ଚାହିଁବେ ତେବେ ଏହା ପୂରା ହେବା ପୂର୍ବରୁ ଆପଣାଛାଏଁ ବ୍ଲକ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

five + eighteen =