ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାର୍ ଦୋରାବ୍‌ଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ

କଳିଙ୍ଗନଗର: ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନା ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାବ୍‌ଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ରବିବାର ଦିନ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ସ୍ଥିତ ହାଉସି୍‌ଙ୍ଗ କମ୍ପେ୍ଲକ୍ସଠାରେ ଟାଟା ଷ୍ଟିଲ୍‌, ଟାଟା ଷ୍ଟିଲ୍ ୟୁଟିଲିଟିଜ୍ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ସାର୍ଭିସେସ୍ ଲିମିଟେଡ୍ (ଟିଏସ୍‌ୟୁଆଇଏସ୍‌ଏଲ୍‌) ଏବଂ ଜିଞ୍ଜର୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ଟୁର୍ଣ୍ଣାମେଂଟ୍‌ର ଆୟୋଜନ କରଯାଇଥିଲା ।
ସାର୍ ଦୋରାବଜୀ ଟାଟା ପ୍ରଥମ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ୱରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଂଟିଆ କାର୍ଯ୍ୟ ଦିବସ, ମାତୃତ୍ୱ ଅବକାଶ, ଭବିଷ୍ୟନିଧି ପାଣ୍ଠି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ ।
ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜୀ ଟାଟା ଭାରତୀୟ ଅଲମ୍ପିକ୍ ଆସୋସିଏସନ୍‌ର ପ୍ରଥମ ସଭାପତି ଥିଲେ ଓ ଭାରତକୁ ଅଲମ୍ପିକ୍ସରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭବିଷ୍ୟତରେ ବ୍ୟବସାୟୀ ଏବଂ ଉଦ୍ୟୋଗୀ ପିଢିକୁ ପ୍ରେରଣା ଯୋଗାଇବ । ଟାଟା ଷ୍ଟିଲ୍ ଏହି ଅଗ୍ରଦୂତଙ୍କ ସାହସ ଓ ଦୃଢ ବିଶ୍ୱାସକୁ ସଲାମ କରିବା ସହିତ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବ ।

Share

Leave a Reply

Your email address will not be published. Required fields are marked *

eleven + 17 =