SBIର ଅନଲାଇନ୍ ସେବା ଠପ୍

ନୂଆଦିଲ୍ଲୀ() ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ଠପ୍ ହୋଇଛି । ଖୋଦ୍ ବ୍ୟାଙ୍କ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ ।

ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ, ‘ ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛି ଯେ ଆମ ସହ ରୁହନ୍ତୁ । ଖୁବଶୀଘ୍ର ସାଧାରଣ ସେବାଗୁଡିକ ଆରମ୍ଭ ହେବ ।’ ତେବେ ଏସବିଆଇର ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି । ଏହାର କାରଣ ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ।

Share

Leave a Reply

Your email address will not be published. Required fields are marked *

1 × one =