୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୨୫ ବର୍ଷୀୟ ଯୁବକ

ନାଗପୁର: ଲଜ୍ଜା । ପୁଣି ଲଜ୍ଜା । ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ୨୫ ବର୍ଷୀୟ ଯୁବକ । ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜା ଜନକ ଖବର । ପୋଲିସ ଅଭିଯୁକ୍ତ ଅଙ୍କୁଶ ଭାସ୍କରକୁ ଗିରଫ କରିଛି । ପିଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରୁଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ପୋଲିସର ସୂଚନା ମୁତାବକ, ନାବାଳିକା ଜଣକ ସ୍କୁଲ ଖେଳ ପଡ଼ିଆରେ ଖେଳୁଥିବା । ଏକୁଟିଆ ଖେଳୁଥିବା ନାବାଳିକାକୁ ଡାକି ନେଇଥିଲା ଅଭିଯୁକ୍ତ । ବିଶ୍ୱାସରେ ତାସହ ଯାଇଥିବା ନାବାଳିକାକୁ ଶୌଚାଳୟକୁ ନେଇ ଦୁଷ୍କର୍ମ କରିଥିଲା ଅଙ୍କୁଶ । ତେବେ ଏହି କଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ତେବେ ସେହ ରାସ୍ତା ଦେଇ ଯାଉଥିବା ଜଣେ ଲୋକ ଝିଅର କାନ୍ଦ ସ୍ୱର ଶୁଣିବା ପରେ ଗ୍ରାମବାସୀଙ୍କ ସହାୟତାରେ ନିଡିତାକୁ ଉଦ୍ଧାର କରିଥିଲେ । ତେବେ ଏନେଇ ଥାନାରେ ଝିଅର ବାପା ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛି ।

Share

Leave a Reply

Your email address will not be published. Required fields are marked *

11 + ten =