ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ପୁରିଲା, ମୃତ୍ୟୁ ମିଷ୍ଟ୍ରି ଉପରୁ ଉଠିନି ପରଦା

ମୁମ୍ବାଇ: ନିରବୀ ଯାଇଛି ଏହି ହସୁଥିବା ଚେହେରା । ଚୁପ୍ ହୋଇଯାଇଛନ୍ତି ବଲିଉଡର ଏହି ଛିଛୋରେ ବୟ । ଆଜିବି ସୁଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା । ଏହି ରହସ୍ୟ ଆଜି ବି ଫାଇଲ ତଳେ ଲୁଚି ହୋଇରହିଛି । ରହସ୍ୟ ଘେରରେ ରହିଯାଇଛି ସୁଶାନ୍ତଙ୍କ ମୃତ୍ୟୁ । ଜୁନ୍ ୧୪ ।

ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା । ଏମିତିକି କେହି କେହି ଏହାକୁ ଗୁଜବ ବୋଲି ଭାବିଥିଲେ । କିନ୍ତୁ ଝୁଲନ୍ତା ଶବ ଦେଖିବା ପରେ ସମସ୍ତଙ୍କ ହୃଦୟ ଥରି ଉଠିଥିଲା । ଯିଏ ଦିନେ ଆତ୍ମହତ୍ୟା ନକରିବା ଲାଗି କହୁଥିଲା ସେ କେମିତି ବା ଆତ୍ମହତ୍ୟା କରି ପାରିବ । ତେବେ ସେ ଯାହା ବି ହେଉ ଶେଷରେ ସମସ୍ତଙ୍କ ବିଶ୍ୱାସ କରିବାକୁ ହୋଇଥିଲା କି ଆଉ ନାହାଁନ୍ତ ଛିଛୋର ବୟ । ତେବେ ଆଜି ସେହି ଜୁନ୍ ୧୪ ତାରିଖ । ଆଉ ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ତାଙ୍କ ମୃତ୍ୟୁ କେମିତି ହେଲା ।

Share

Leave a Reply

Your email address will not be published. Required fields are marked *

three × five =