ଭାଙ୍ଗିଲା କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ() ଭାଙ୍ଗିଲା କର୍ଣ୍ଣାଟକ ସରକାର। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ । ଛଅଟି ଭୋଟରେ ହାରିଲା ମେଣ୍ଟ ସରକାର । ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ତେବେ ଭାଙ୍ଗି ଯାଇପାରେ କୁମାରସ୍ୱାମୀ ସରକାର । ଆଉ ଏସବୁ ଭିତରେ କୁମାରସ୍ୱାମୀ ନିଜର ଅଭିଭାଷଣରେ କହିଛନ୍ତି, ମୁଁ ଖୁସିରେ ଖୁସିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରିବି । ୨୦୦୪ ଭଳି ଏବେ ମଧ୍ୟ କୌଣସି ଦଳ ପାଖରେ ବହୁମତ ନାହିଁ । କିନ୍ତୁ ଏହି ସରକାରକୁ ବଞ୍ଚାଇବାକୁ ମୁଁ ବହୁତ ପ୍ରୟାସ କରିଛି ବୋଲି କହିଛନ୍ତି କୁମାରସ୍ୱାମୀ ।

ମୁଁ ରାଜନୀତିରେ ଆସିବାକୁ ଚାହୁଁନଥିଲି । ଏପରିକି ମୋ ପତ୍ନୀ ମଧ୍ୟ କୌଣସି ରାଜନେତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ । କିନ୍ତୁ ସମୟ ଚକ୍ରରେ ସଂଯୋଗବଶତଃ ମୁଁ ରାଜନୀତିକୁ ଆସିଥିବା ବେଳେ ମୋ ପତ୍ନୀ ମଧ୍ୟ ଏବେ ବିଧାୟିକା ରହିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ଫିଲ୍ମରେ ପ୍ରଡ୍ୟୁସର ଭାବେ କାମ କରୁଥିଲି । କିନ୍ତୁ କେବେ ଭାବିନଥିଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବି ବୋଲି ।

କୁମାରସ୍ୱାମୀ ଗୃହରେ ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ଆଜି ବାଙ୍ଗାଲୋରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ବାଙ୍ଗାଲୋରରେ ୧୪୪ ଧାରା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ସହରରେ ସମସ୍ତ ମଦ ଦୋକାନ, ବାର ବନ୍ଦ ରହିବ । ଯଦି କେହି ଏହି ନିୟମର ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।

Share

Leave a Reply

Your email address will not be published. Required fields are marked *

15 − ten =