ନକଲି କୋଲଡ୍ରିଙ୍କ କାରଖାନା ଉପରେ ଚଢ଼ଉ

ଗଞ୍ଜାମ: ବେଆଇନ ଭାବେ ଚାଲିଥିବା ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସ ଚଢ଼ାଉ କରିଛି କ୍ଷ ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ଏକ ଘରେ ଏହି ଫ୍ୟାକ୍ଟ୍ରି ଚାଲି ଥିଲା । ଫ୍ୟାକ୍ଟ୍ରିରେ ବିଭିନ୍ନ ନକଲି ବ୍ରାଣ୍ଡର ପାଣି, ମୃଦୁ ପାନୀୟ, କୁର କୁରି ପ୍ରସ୍ତୁତ ହେଉଥିଲା। ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ, କେମିକାଲ, ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି ।

ଦୁଇଦିନ ତଳେ ପାଟପୁର ପୋଲିସ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରି ଏକ ବେଆଇନ ନକଲି ଗୁଟଖା ତିଆରି କରୁଥିବା କାରଖାନା ଉପରେ ଚଢ଼ାଉ କରିଥିଲେ । ଏହି ନକଲି ଗୁଟଖା କାରଖାନା ଚଳାଉଥିବା ଦୁଇ ଭାଇଙ୍କୁ ଗିରଫ କରିବା ସହ ମେସିନ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା । ଆଉ ଆଜି ଚଢ଼ାଉ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତେ କହୁଛନ୍ତି କି ଆକ୍ସନ ମୁଡରେ ରହିଛି ପାଟପୁର ପୋଲିସ । ସେପଟେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

Share

Leave a Reply

Your email address will not be published. Required fields are marked *

one + fifteen =