କୃଷିକୁ ଅବହେଳାର ଫଳ ଭୋଗିଲା ବିଜେପି

ଭୁବନେଶ୍ବର () କୃଷିପ୍ରଧାନ ରାଜ୍ୟ ଗୁଡିକ ପ୍ରତି ବିଜେପି ଅଣଦେଖା କରିବା ସହିତ କୃଷି ଓ କୃଷକଙ୍କ ସମସ୍ୟା ଦୂର କରିବାରେ ବିଫଳ ହେବା ଫଳରେ ଏହି ରାଜ୍ୟ ଗୁଡିକରେ ବିଜେପି ତାର ଫଳ ଭୋଗିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ସ୍ୱାମୀନାଥନ କମିଶନ ସୁପାରିଶକୁ କାର୍ଯ୍ୟକାରୀ ନକରିବାର ଫଳ ବିଜେପିକୁ ଭୋଗିବାକୁ ପଡିଛି । ଏହି ନିର୍ବାଚନ ଫଳାଫଳରୁ ଲୋକଙ୍କର ମତିଗତି କୂଆଡେ ଯାଉଛି ତାର ସ୍ପଷ୍ଟ ସୂଚନା ଦେଉଛି ।

ସେ କହିଛନ୍ତି ଯେ ବିଜେଡି ବର୍ତମାନ ମଧ୍ୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରିଆସୁଛି । ଛତିଶଗଡରେ କଂଗ୍ରେସ ସରକାର ଗଠନ ହେଲେ ମହାନଦୀ ସମସ୍ୟା ଦୂର ହେବ ବୋଲି ସେ ଆଶାବାଦୀ ଅଛନ୍ତି । ଆସନ୍ତା ୨୦୧୯ ନିର୍ବାଚନରେ ବିରୋଧି ଦଳ ସହିତ ମେଂଟ ସମ୍ପର୍କରେ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ସୁଧା ଏହି ମେଂଟ ଗଠନ ସେଭଳି ମଜବୁତ ହୋଇନାହିଁ । ଭବିଷ୍ୟତରେ ସେଭଳି ପରିସ୍ଥିତି ଆସିଲେ ସେକଥା ବିଚାର କରାଯିବ ।

Share

Leave a Reply

Your email address will not be published. Required fields are marked *

five + nine =