ବିଜେପି ମୁକ୍ତ ଭାରତ ଗଠନର ସଙ୍କେତ : ନିରଂଜନ

ଭୁବନେଶ୍ବର (): କଂଗ୍ରେସ ମୁକ୍ତ ଭାରତ ନୁହେଁ, ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ  ନିରଞ୍ଜନ ଦେଇଛନ୍ତି ।

ସେ କହିଛନ୍ତି, ବିଜେପି ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ କଂଗ୍ରେସ ମୁକ୍ତ ଭାରତ ଗଠନ କରିପାରିଲା ନାହିଁ। ମୁଁ ୫ଟି ଯାକ ରାଜ୍ୟର ଭୋଟରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେମାନେ ଗତ ୪ ବର୍ଷର କେନ୍ଦ୍ର ସରକାରଙ୍କ ଶାସନକୁ ଭଲ ଭାବେ ଅନୁଭବ କରିଛନ୍ତି ଓ ସେହି ଅନୁସାରେ ନିଜ ମତ ଦେଇଛନ୍ତି।

ନିରଞ୍ଜନ କହିଛନ୍ତି, ବିଶେଷ ଭାବେ ଖୁସି ଲାଗୁଛି ଯେ ଛତିଶଗଡ଼ରେ କଂଗ୍ରେସ ଜିତିଛି। ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା। ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିଲା ପରେ ଆମେ ମହାନଦୀ ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହ ଆଲୋଚନା କରିବୁ ବୋଲି ନିରଞ୍ଜନ କହିଛନ୍ତି।

ନାଚିଲେ ସୁର, କହିଲେ କଂଗ୍ରେସ୍‌ କମିଙ୍ଗ୍‌

ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା କଂଗ୍ରେସ ଭବନ ମଙ୍ଗଳବାର ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା। ଯେଉଁଠି ଦୀର୍ଘ ଦିନ ହେବ ନିରବତା ବିରାଜମାନ କରୁଥିଲା ସେଠାରେ ଆଜି ବାଣ ଫୁଟିଥିଲା, ନାଚଗୀତ ବି ଜମିଥିଲା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମିମାନେ ବାଣ ଫୁଟାଇ ଅନ୍ୟ ରାଜ୍ୟରେ କଂଗ୍ରେସର ବିଜୟର ଖୁସି ମନାଇଥିଲେ। ଏହି ଅବସରରେ ସୁର ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆମେ ବହୁତ ସହିଲୁ, ଏଣିକି ଆଉ ନୁହେଁ। ଏଥର ଓଡ଼ିଶାରେ କଂଗ୍ରେସ ଆସୁଛି।

ନିରଞ୍ଜନ ଉତ୍ତର ଦେବା ପୂର୍ବରୁ ପଛରେ ଛିଡ଼ା ହୋଇଥିବା ସୁର ତାଙ୍କର ଚିରାଚରିତ ଢଙ୍ଗରେ ବଡ଼ ପାଟିରେ କହିଥିଲେ, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଲଢୁଛୁ। ନିରଞ୍ଜନ ପଟ୍ଟନାୟନ ମୁଖ୍ୟମନ୍ତ୍ରୀ ହେବେ। ୯୦ ଏମ୍‌ଏଲ୍‌ଏ ଓ ୧୫ ଏମ୍‌ପି ଆସିବେ। ଏହି ସମୟରେ ନିରଞ୍ଜନ ଚୁପ୍ ରହିଥିଲେ।

Share

Leave a Reply

Your email address will not be published. Required fields are marked *

thirteen − six =