ରିଜର୍ଭ ବ୍ୟାଙ୍କର ନୂଆ ଓଡିଆ ଗଭର୍ଣ୍ଣର

ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଶ୍ରୀଦାସଙ୍କୁ କେନ୍ଦ୍ର ସରକାର ଆଜି ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଶ୍ରୀଦାସ ଅର୍ଥ କମିଶନର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ ଏବଂ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ମନ୍ତ୍ର୍ରଣାଳୟ ସଚିବ ଥିଲେ । ସେ ତାମିଲନାଡୁ କ୍ୟାଡରର ଜଣେ ଓଡିଆ ଆଇଏଏସ ଭାବରେ ବହୁ ଅର୍ଥନୈତିକ ସଂସ୍କାର କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − eight =