ଆଉ ଜଣେ ଆଇଏସ ଦେଲେ ଇସ୍ତଫା, କହିଲେ ସାମ୍ବିଧାନିକ ବ୍ୟବସ୍ଥା ସହ ହେଉଛି ସାଲିସ

ଭୁବନେଶ୍ବର () ଦକ୍ଷୀଣ କାଣ୍ଡିର ଉପ-କମିଶନର ଏସ.ଶଶିକାନ୍ତ ସେନଥିଲ ଆଜି ଆଇଏସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ନେଇଥିବା ଏହି ଅଧିକାରୀ ଏକ ଖୋଲା ଚିଠିରେ ଲେଖିଛନ୍ତି ଯେ, ଅସାମ୍ବିଧାନିକ ଭାବେ ଗଣତନ୍ତ୍ରର ସାମ୍ବିଧିକ ବ୍ୟବସ୍ଥା ସହ ସାଲିସ କରି ହେବନି ।

ଏହି ପ୍ରଶାସନିକ ଅଧିକାରୀ ଲେଖିଛନ୍ତି ଯେ, ଏହି ବ୍ୟବସାୟ ଆଉ କରିହେବନି । ପ୍ରଶାସନିକ ସେବାରୁ ଇସ୍ତଫା ଦେବା ନିଷ୍ପତ୍ତି ସମ୍ପୁର୍ଣ୍ଣ ଭାବେ ନିଜସ୍ବ ହୋଇଥିବା ବେଳେ ସରକାରରେ ଆଉ ରହିବା ଅନୈତିକ ହେବ । କାରଣ ଏଠାରେ ଅସାମ୍ବିଧାନିକ ଭାବେ ଗଣତନ୍ତ୍ରର ବ୍ୟବସ୍ଥା ସହ ସାଲିସ କରାଯାଉଛି ।

ସେ ଅନୁଭବ କରୁଛନ୍ତି ଯେ, ଆଗାମୀ ଦିନରେ ଦେଶର ମୌଳିକ ବ୍ୟବସ୍ଥା ପ୍ରତି ଚ୍ୟାଲେଂଜ ସୃଷ୍ଟି ହେବ । ତେଣୁ ପ୍ରଶାସନିକ ସେବାରୁ ବାହାରେ ରହି ସେ ସମସ୍ତଙ୍କ ପାଇଁ ଭଲ କାମ କରିବେ । ନିକଟରେ 2012 ବ୍ୟାଚ ଆଇଏଏସ ଅଫିସର କାନନ ଗୋପିନାଥମ ମଧ୍ୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

16 + 1 =