ମଧୁବାବୁ ପେସନ ଯୋଜନାରେ ସାମିଲ ହେବେ ଆଉ 5 ଲକ୍ଷ

40ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା

ଭୁବନେଶ୍ବର () ଚଳିତ ବର୍ଷ ଡେସେମ୍ବର 15 ତାରିଖରୁ ରାଜ୍ୟରେ 5ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି ଯେପରି ମଧୁବାବୁ ପେନସନ ଯୋଜନାରୁ ବଂଚିତ ନହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି ।

ମଧୁବାବୁ ପେନସନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ଏବଂ ବର୍ତ୍ତମାନ ଏହି ଯୋଜନାରେ 43 ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ 40ହଜାର କଳାକାରଙ୍କୁ ଚଳିତ ଡିସେମ୍ବର 15 ତାରିଖରୁ ମାସିକ 12ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଉଭୟ ମଧୁବାବୁ ପେନସନ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରତି ମାସ 15ରୁ 20 ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ୟାମ୍ପ ଆୟୋଜନରେ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ସ୍ବେଚ୍ଛାସେବୀମାନଙ୍କ ସହାୟତା ନିଆଯିବ । ପିଠା କ୍ୟାମ୍ପର ଆୟୋଜନର ଯଥେଷ୍ଟ ଆଗରୁ ସ୍ଥାନୀୟ ଲୋକଙ୍କୁ ପ୍ରଚାର ଜରିଆରେ ସଚେତନ କରାଯିବ ।

ଆଜି ସଚିବାଳୟରେ ପିଠା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯେପରି ସେମାନଙ୍କ ହକ ସୁବିଧାରେ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଏହି ପିଠା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତି ମାସ 15ରୁ 20 ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଆୟୋଜନ କରାଯିବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ସଂପର୍କରେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପିଠା କାର୍ଯ୍ୟକ୍ରମ ଦ୍ବାରା ସାଧାରଣ ଜନତା ସଶକ୍ତ ହେବା ସହିତ ପ୍ରଶାସନ ଅଧିକ ଉତ୍ତରଦାୟୀ ହେବ ଏବଂ ସ୍ବଚ୍ଛତା ବୃଦ୍ଧି ପାଇବ ।

Share

Leave a Reply

Your email address will not be published. Required fields are marked *

12 − nine =