ଆଇଏଫଟିଡ଼ିଏରୁ ନିଲମ୍ବିତ ହେଲେ ସାଜିଦ୍

ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ପୁଣି ବଡ଼ ଝଟକା। ମି ଠୁ ବିବାଦରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଏବେ ଇଣ୍ଡିୟାନ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନରୁ ନିଲମ୍ବିତ କରାଯାଇଛି। ସାଜିଦଙ୍କୁ ଏନେଇ ଆଇଏଫଟିଡିଏରୁ ନୋଟିସ୍ ଦିଆଯାଇଛି। ସାଜିଦଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରାଯାଉଛି ଓ ଓଉଉ କମିଟି ଏକ ବର୍ଷ ଯାଏ ସାଜିଦଙ୍କୁ ନିଲମ୍ବିତ କରିଛି ବୋଲି ଆଇଏଫଟିଡିଏର ପ୍ରବକ୍ତା ସୂଚନା ଦେଇଛନ୍ତି।
ସାଜିଦଙ୍କ ବିରୋଧରେ ଆକ୍ଟଟ୍ରେସ ସିମରନ ସୁରୀ, ସଲୋନି ଚୋପ୍ରା ଓ ଅହାନା କୁମରାଙ୍କ ସମତେ ବହୁତ ମହିଳା ଯୌନ ଶୋଷଣର ଅଭିଯୋଗ କରିଥିଲେ। ଯାହା ପରେ ତାଙ୍କ ଫିଲ୍ମ ହାଉସଫୁଲର ସୁଟିଂ ମଧ୍ୟ ଅଧାରେ ରହିଯାଇଛି।

Share

Leave a Reply

Your email address will not be published. Required fields are marked *

eighteen + thirteen =