ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖୋଳାଳୀ

ସାଉଥମ୍ପଟନ୍‌: ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ନଜରକୁ ଆସିଥିଲା । ସେ ସୁନ୍ଦର ସୁନ୍ଦର ଛକା ମାରିବା ସହ ଶତକୀୟ ପାଳି ଖେଳିଥିଲେ । ୯୧ଟି ବଲ ସମ୍ମୁଖୀନ ହୋଇ ୧୨୧ ରନ କରିବାରେ ସଫଳ ହୋଇଥିଲେ ପନ୍ଥ । ତେବେ ପନ୍ଥ ଓ ସିରଜଙ୍କୁ ନେଇ ଏକ ମଜାଳିଆ ଭିଡ଼ିଓ ସେୟାର କରିଛି ବିସିସିଆଇ । ନିଜ ଟ୍ୱିଟର ହ୍ୱାଣ୍ଡେଲରେ ଭିଡିଓ ସେୟାର କରାଯାଇଛି । ଯାହାକୁ କ୍ରିକେଟ ପ୍ରେମୀମାନେ ବେଶ ପ୍ରଂଶସା କରିଛନ୍ତି ।

ହିଟମ୍ୟାନ ରୋହିତ ଶର୍ମା ଓ ଯୁବ ଖେଳାଳୀ ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ଅଲରାଉଣ୍ଡର ଜାଡେଜା ମଧ୍ୟ ୫୪ ରନ କରିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ତୃତୀୟ ପେସର ବୋଲର ହିସାରେ କିଏ ଖେଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଶାନ୍ତ ଶର୍ମା ୩ଟି ୱିକେଟ ନେଇଥିବା ବେଳେ ସିରାଜ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଯାହାକି ବିରାଟ କୋହଲିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ବୁମରା ଓ ସାମି ଉଭୟ ଦଳରେ ଖେଳିବା ନେଇ ଏକ ପ୍ରକାର ସ୍ପଷ୍ଠ ହୋଇଛି । ତେବେ ଇଶାନ୍ତ ଓ ସିରାଜଙ୍କ ମଧରୁ କିଏ ଖେଳିବେ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

two + eighteen =