ରାତ୍ରକାଳନ କର୍ଫୁ୍ୟରେ କୌଣସି କୋହଳ କରାଯିବ ନାହିଁ

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଏଣିକି ଯଦି କେହି ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଅବସ୍ଥାରେ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଏନେଇ ଡିଜିପି ଅଭୟ କହିଛନ୍ତି ।

ପ୍ରକାଶ ଯେ, ବାହାରେ ଛେପ ପକାଇଲେ ଓ ମାସ୍କ ନପିନ୍ଧିଲେ ଅଧିକ ଏଣିକି ଅଧିକ ଜୋରିମାନା ଆଦାୟ କରାଯିବ । ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯିବ । ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ମାସ୍କ ନପିନ୍ଧିଲେ ଜୋରିମାନା ସହ ଗିରଫ ବି କରାଯିବ ବୋଲି ଡିଜିପି କହିଛନ୍ତି । ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ବିନା କାରଣରେ ବାହାରେ ନବୁଲିବାକୁ ଡିଜିପି କହିଛନ୍ତି । ଅନ୍ୟପକ୍ଷରେ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ଲାଗୁ ହେବାକୁ ଥିବା ସଟଡାଉନବେଳେ କେବଳ ଔଷଧ ଦୋକାନ ଖୋଲା ରହିବ । ସାରା ଜୁନ ମାସ ପାଇଁ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ । ବିବାହ କାର୍ୟ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ ବୋଲି ଡିଜିପି କହିଛନ୍ତି ।

୭ରୁ ୭ ରାତ୍ରକାଳୀନ କର୍ଫୁ୍ୟ ବଳବତ୍ତର ରହିବ । ରାତ୍ରକାଳନ କର୍ଫୁ୍ୟରେ କୌଣସି କୋହଳ କରାଯିବ ନାହିଁ ବୋଲି ଡିଜିପି କହିଛନ୍ତି । କେନ୍ଦ୍ର ସରକାର ରାତ୍ରକାଳନ କର୍ଫୁ୍ୟକୁ କୋହଳ କରି ରାତି ୯ରୁ ଭୋର ୫ଟା ପର୍ୟ୍ୟନ୍ତ କରିଥିଲେ ହେଁ ଉକ୍ତ କୋହଳ ନିୟମ ଓଡ଼ିଶାରେ ଲାଗୁ ହେବ ନାହିଁ । ଓଡ଼ିଶାରେ କର୍ଫୁ୍ୟ ରାତି ୭ଟାରୁୁ ସକାଳ ୭ଟା ଯାଏ ରହିବ ।

Share

Leave a Reply

Your email address will not be published. Required fields are marked *

12 + 18 =