କରୋନାରେ ଆକ୍ରାନ୍ତହେଲେ ରାମ ରହିମ୍‌

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ ରାମ ରହିମ । ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ଜୋର ଧରିଥିଲା । ତେବେ ଦେହ ଖରାପ ହେବା ପରେ ତାଙ୍କୁ ରୋହତକର ପିଜିଆଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ରବିବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

କହିରଖୁଛୁ କି ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ ଜଣେ ମାତାଜୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ଜେଲ ଯାଇଥିଲେ । ତାଙ୍କ ସହ ଅନ୍ୟ ତିନିଜଣ ଅଭିଯୁକ୍ତ ତଥା କୁଲଦୀପ ସିଂ, ନିର୍ମଳ ସିଂ, କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ ଜେଲଦଣ୍ଡ ଘୋଷଣା କରିଥିଲେ କୋର୍ଟ । ୧୨ ବର୍ଷ ତଳର ପୁରୁଣା ଦୁଷ୍କର୍ମ ମାମଲାରେ ବାବା ରାମ ରହିମଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି । ତେବେ ସେ ଗିରଫ ହେବା ପରେ କିପରି ବିଳାସ ବ୍ୟସନ ଜୀବନ ଯାପନ କରୁଥିଲେ ଧିରେ ଧିରେ ପଦାକୁ ଆସିଥିଲା । ସେପଟେ ଆକ୍ରମରେ ବହୁ ଯୁବତୀଙ୍କ ସହ ରାତି କଟାଉଥିବା ଭଳି ତଥ୍ୟ ସବୁ ଜଣାପଡିଥିଲା ।

Share

Leave a Reply

Your email address will not be published. Required fields are marked *

thirteen + twenty =