ସେନ୍‌କୋ ଗୋଲ୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଚୂଡ଼ି ଉତ୍ସବର ଶୁଭାରମ୍ଭ

ଭୁବନେଶ୍ୱର: ଅକ୍ଷୟ ତୃତୀୟ ଭଳି ପବିତ୍ର ଅବସରକୁ ଦୃଷ୍ଟିରେ ରଖି ସେନ୍‌କୋ ଗୋଲ୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଚୂଡ଼ି ଉତ୍ସବର ଶୁଭାରମ୍ଭ କରାଯାଇଛି । ସାରା ଭାରତରେ ଏହି ଉତ୍ସବକୁ ବଡ଼ ଉଲ୍ଲାସର ସହ ପାଳନ କରାଯାଏ ଏବଂ ଏହି ଦିନ ସୁନା କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି ।

ସେନ୍‌କୋ ଗୋଲ୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ହୀରା ଓ ସୁନା ଗହଣା ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଉଛି । ଏହି ଅଫର୍‌ର ଅଂଶ ଭାବେ ୩୦୦୦ରୁ ଅଧିକ ଡିଜାଇନର ସୁନା, ହୀର ଓ ପ୍ଲାଟିନମ୍ ଗହଣା ଭିତରୁ ନିଜ ପାଇଁ ଚୟନ କରିପାରିବେ ଯାହାର ଦାମ୍ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି । କଂପାନି ପକ୍ଷରୁ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୫୦% ପର୍ଯ୍ୟନ୍ତ ଏବଂ ହୀରା ଗହଣା ମୂଲ୍ୟ ଉପରେ ୧୨ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । କଂପାନି ପକ୍ଷରୁ ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ୧୫%+୫୦% ରିହାତି ଏବଂ ସୁନା ଦାମ୍ ଉପରେ ଗ୍ରାମ୍ ପିଛା ୧୨୫ ଟଙ୍କାର ରିହାତି ପ୍ରଦାନ କରାଯାଉଛି ।

ସେନ୍‌କୋ ଗୋଲ୍‌୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷଧରୁ ନୂଆ “ସଗୁନ୍ କି ଧୁନ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି ଯାହା ମଣିଷ ହାତର ଅଦୃଶ୍ୟ ପରିକଳ୍ପନାର ଭାବକୁ ପାଳନ କରୁଛି ଯେଉଁଥିରେ ଆକର୍ଷଣୀୟ ଗହଣା ପରିଧାନ କରାଯାଏ ଏବଂ ଯେଉଁ ହାତ ଘରକୁ ସୁଖ ସମୃଦ୍ଧି ଆଣିଥାଏ ଏବଂ ଏହା ପାଖଷର କଳା ଓ ସୁନ୍ଦରତା ସୃଷ୍ଟି କରିବାର ଶକ୍ତି ଥାଏ ।

ଏହି ଅଭିଯାନରେ ସେନ୍‌କୋ ଗୋଲ୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସର କାରିଗରମାନେ ପ୍ରସ୍ତୁତ କରିଥିବା କଳାତ୍ମକ ଗହଣାଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି । ସେନ୍‌କୋର ଏହି ସୁନ୍ଦର ଗହଣାଗୁଡ଼ିକ ହାତରେ ସୃଷ୍ଟି କରନ୍ତି ମନମୁଗ୍ଧକର ସଙ୍ଗୀତ । ଭାରତୀୟ ରାଗ ଉପରେ ପର୍ଯ୍ୟବେସିତ ସେହି ସଙ୍ଗୀତର ମିଶ୍ରଣ ଶାନ୍ତି ଓ ସମୃଦ୍ଧି ଆଣିଦିଏ ।

କଳାତ୍ମକ ଚୂଡ଼ି ଓ ବ୍ରେସ୍‌ଲେଟ୍‌ର ବ୍ୟାପକ ସମ୍ଭାରକୁ ନେଇ ସେନ୍‌କୋ ଗୋଲ୍‌୍ଡ୍ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ହାତର ଉତ୍ସବକୁ ପାଳନ କରାଯାଉଛି ଯାହା ଏହି ଗହଣାଗୁଡ଼ିକୁ ତିଆରି କରିଥିବା କାରିଗର ଏବଂ ତାହାକୁ ପରିଧାନ କରୁଥିବା ଲୋକମାନଙ୍କ ସମୃଦ୍ଧିକୁ ପାଳନ କରିଥାଏ ।

ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦେଶିକା ଜୋଇତା ସେନ୍ କହିଛନ୍ତି ଯେ, “ଏହି ଅବସରକୁ ପାଳନ କରିବା ପାଇଁ ଆମ ମୂଲ୍ୟବାନ୍ ଗ୍ରାହକଙ୍କ ନିମନ୍ତେ ଚୂଡ଼ି ଉତ୍ସବର ଶୁଭାରମ୍ଭ କରିଥିବାରୁ ଆମେ ବହୁତ ଖୁସି । ଆମେ ଆମର ନୂଆ ଅଭିଯାନ ‘ସଗୁନ୍ କି ଧୁନ’୍ ମଧ୍ୟ ଆରମ୍ଭ କରିଛୁ ଯାହା ହେଉଛି ମଣିଷ ହାତର ଅସୀମ ପରିକଳ୍ପନା ଓ ଶକ୍ତିର ଏକ ଉତ୍ସବ । ଆମ ଚୂଡ଼ିଗୁଡ଼ିକ କେବଳ ଅଳଙ୍କାର ନୁହେଁ, ସେଗୁଡ଼ିକ ହେଉଛି ଆମ ବିଶିଷ୍ଟ କାରିଗରମାନଙ୍କ ହାତତିଆରି ମୂଲ୍ୟବାନ୍ କଳାତ୍ମକ କାରିଗରୀ ଯାହା ପ୍ରତିଟି ମହିଳା ହାତରେ ପିନ୍ଧନ୍ତି । ଆମର ଚୂଡ଼ି ଉତ୍ସବ ନାରୀତ୍ୱକୁ ପାଳନ କରୁଛି ଏବଂ ସୁନା, ହୀରା ଓ ପ୍ଲାଟିନମ୍‌ରେ ଆକର୍ଷଣୀୟ ହାତ ତିଆରି ଗହଣା ସମୃଦ୍ଧିକୁ ଆମନ୍ତ୍ରଣ କରୁଛି ।’’

Share

Leave a Reply

Your email address will not be published. Required fields are marked *

14 − one =