ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ମର୍ଚାଂଟ୍‌ମାନଙ୍କ ପାଇଁ ଉନ୍ନତ ପେମେଂଟ୍ ଓ ବ୍ୟବସାୟ ପରିଚାଳନା ସମାଧାନ “ଡିଜିଟାଲ୍ ଦୁକାନ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଭିସା ସହ ସହଯୋଗିତା ଜରିଆରେ ବ୍ୟାପକ ଡିଜିଟାଲ୍ ସମାଧାନ “ଡିଜିଟାଲ୍ ଦୁକାନ୍‌’ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି ଯାହା ବ୍ୟବସାୟୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଡିଜିଟାଲ୍ ପେମେଂଟ୍ ଗ୍ରହଣ କରିବାରେ ସହାୟକ ହେବା ସହ ସେମାନଙ୍କ ଦୈନନ୍ଦିନ ବ୍ୟବସାୟକୁ ଡିଜିଟାଲ୍ ମାଧ୍ୟମରେ ପରିଚାଳନା କରିବା ଲାଗି ସେମାନଙ୍କୁ ସକ୍ଷମ କରିବ । ଡିଜିଟାଲ୍ ଦୁକାନ୍ ହେଉଛି ଏକ ଆଣ୍ଡ୍ରଏଡ୍ ସ୍ମାର୍ଟ୍ ପିଓଏସ୍ ଆପ୍ଲିକେସନ୍ ଯାହାକୁ ଡିଜିଟାଲ୍ ପେମେଂଟ୍ ଗ୍ରହଣ କରିବା, ଇନଭେଟୋଂରି ପରିଚାଳନା, ବିଲିଂ ଆଦି ବ୍ୟବସାୟ ଆବଶ୍ୟକତାର ପରିଚାଳନା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ଏହି ଆଣ୍ଡ୍ରଏଡ୍ ସ୍ମାର୍ଟ ପିଓଏସ୍ ଆପ୍ଲିକେସନ୍‌ରେ ଏକ ବିଲ୍‌ଟ-ଇନ୍ କ୍ୟାମେରା ସହ ଏଲ୍‌ଇଡି ଫ୍ଲାସ୍ ଲାଇଟ୍ ରହିଛି ଯାହା ଉତ୍ପାଦର ବାର୍‌କୋଡ୍‌କୁ ସ୍କାନ୍ କରିବା, ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାରରେ ଟ୍ୟାପ୍ ଆଣ୍ଡ୍ ପେ’ ସୁବିଧା ଏବଂ ଇଏମ୍‌ଆଇ, ବିକ୍ୟୁଆର୍‌, ସୋଡେସ୍କୋ କାର୍ଡ୍‌, ‘ବାଏ ନାଓ ପେ ଲେଟର’ ଆଦି ଅନ୍ୟାନ୍ୟ ମୂଲ୍ୟ ଯୁକ୍ତ ସେବାକୁ ସମର୍ଥନ କରିବାରେ ସହୟକ ହେବ ।
ଡିଜିଟାଲ୍ ଦୁକାନ୍ ସୁଲଭ ମୂଲ୍ୟରେ ଉନ୍ନତ ସେବା ପ୍ରଦାନ କରୁଛି । ଏହାର ପ୍ରମୁଖ ସୁବିଧାସୁଯୋଗଗୁଡ଼ିକ ଭିତରେ ସାମିଲ ରହିଛି ଇନ୍‌ଭେଟୋଂରି ପରିଚାଳନା, ଡିଜିଟାଲ୍ ବିଲିଂ, ସ୍ୱତନ୍ତ୍ର ବାସ୍ତବ ସମୟ ବିଜନେସ୍ ରିପୋର୍ଟିଂ, ଡିଜିଟାଲ୍ ଖାତାବହି ଓ ଗ୍ରାହକ ପରିଚାଳନା ।
ପୁନଶ୍ଚ, ଡିଜିଟାଲ୍ ଦୁକାନ୍ ମର୍ଚାଂଟ୍‌ମାନଙ୍କୁ ଅନ୍‌ଲାଇନ୍ ଷ୍ଟୋର ସ୍ଥାପନ କରିବା ଏବଂ ନୂଆ ଚ୍ୟାନେଲ୍ ସୃଷ୍ଟି କରି ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ସକ୍ଷମ କରିବ । ଗ୍ରାହକମାନଙ୍କ ପାଖକୁ ଅଫର୍‌, ରିହାତି ଓ ପ୍ରଚାରଧର୍ମୀ ବାର୍ତାକୁ ଏସ୍‌ଏମ୍‌ଏସ୍ ଜରିଆରେ ପଠାଇବାରେ ଏହା ଗ୍ରାହକମାନଙ୍କୁ ସକ୍ଷମ କରିବ ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କ୍‌ର ସଭାପତି ଓ ମୁଖ୍ୟ-କାର୍ଡ ଆଣ୍ଡ୍ ପେମେଂଟ୍‌ସ ସଂଜୀବ ମୋଘେ କହିଛନ୍ତି ଯେ, “ବ୍ୟବସାୟ ପରିଚାଳନା ଖର୍ଚ କମ୍ କରିବା ଏବଂ ସୁଲଭ ମୂଲ୍ୟରେ ସବୁ ପ୍ରକାର ଡିଜିଟାଲ୍ ପେମେଂଟ୍ ସମାଧାନ ଗ୍ରହଣ କରିବାରେ ମର୍ଚାଂଟ୍ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ଲାଗି ବ୍ୟାପକ ଡିଜିଟାଲ୍ ସମାଧାନ ଉପରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ସେହି ଉଦ୍ୟମରେ ଏକ ମର୍ଚାଂଟ୍ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଅଭିନବ ସମାଧାନ “ଡିଜିଟାଲ୍ ଦୁକାନ୍‌୍‌୍‌ର’ ଶୁଭାରମ୍ଭ କରିବା ଲାଗି ଭିସା ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିିତ । ମର୍ଚାଂଟମାନଙ୍କୁ ସେମାନଙ୍କ ବ୍ୟବସାୟକୁ ସହଜରେ ପରିଚାଳନା କରିବା, ସୁବିଧାସୁଯୋଗରେ ଉନ୍ନତି ଆଣିବା ଏବଂ ସେମାନଙ୍କ ପାଇଁ ଏକ ଦୃଢ଼ ଡିଜିଟାଲ୍ ପରିବେଶ ଗଠନ କରିବାରେ ଆମ ପାଇଁ ଏହି ସହଯୋଗିତା ଏକ ଶ୍ରେଷ୍ଠ ସୁଯୋଗ ।’’
ଭିସା ଇଣ୍ଡିଆ ଓ ଦକ୍ଷିଣ ଏସିଆର ମୁଖ୍ୟ-ମର୍ଚାଂଟ୍ ସେଲ୍‌ସ ଆଣ୍ଡ୍ ସଲ୍ୟୁସନ୍ସ ଶୈଳେଶ ପଲ୍ କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କ ଭଳି ଭିସା ମଧ୍ୟ ବିଶ୍ୱସ୍ତରରେ ଡିଜିଟାଲ୍ ପେମେଂଟ୍‌ରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି । ଡିଜିଟାଲ୍ ଦୁକାନ୍ ଜରିଆରେ ଡିଜିଟାଲ୍ ପେମେଂଟ୍‌କୁ ଦ୍ରୁତ ଗତିରେ ସକ୍ଷମ କରିବା ଓ ଆର୍ଥିକ ସେବାକୁ ପହଂଚାଇବା ଲାଗି ଆକ୍ସିସ୍ ବ୍ୟାଙ୍କ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଆମର ବିଶ୍ୱାସ ରହିଛି ଯେ ସାରା ଭାରତରେ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଏହି ଅଭିଯାନ ସୁଦୂର ପ୍ରସାରୀ ସାବ୍ୟସ୍ତ ହୋଇପାରିବ ।’’

Share

Leave a Reply

Your email address will not be published. Required fields are marked *

sixteen − 5 =