ଓଡିଶାରେ ପୁଞ୍ଜି ନିବେଶ ନିମନ୍ତେ ମୁମ୍ବାଇରେ ଶିଳ୍ପପତିଙ୍କୁ ନବୀନଙ୍କ ଆହ୍ୱାନ

ମୁମ୍ବାଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତି ମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ କରିଛନ୍ତି । ମୁମ୍ବାଇରେ ଆୟୋଜିତ ମେକ ଇନ ଓଡିଶା ଇନଭେଷ୍ଟରସ ମିଟ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶକାରୀ ମାନଙ୍କୁ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାଇ ଓଡିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁବିଧା ରହିଛି ତେଣୁ ନିବେଶକାରୀ ଓଡିଶା ଆସନ୍ତୁ ଏବଂ ଓଡିଶାରେ ନିବେଶ କରନ୍ତୁ । ଆସନ୍ତା ନଭେମ୍ବର ମାସ ହେବାକୁ ଥିବା ମେକ ଇନ ଓଡିଶାର ଦ୍ୱୀତିୟ ସଂସ୍କରଣକୁ ସଫଳ କରିବା ପାଇଁ ପୁଞ୍ଜି ନିବେଶକାରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡିଶା କଲକ୍ଲେଭରେ ସମସ୍ତ ପୁଞ୍ଜି ନିବେଶକାରୀ ମାନଙ୍କୁ ଭେଟିବାକୁ ନବୀନ ଆଶା ବ୍ୟକ୍ତ କରିଛନ୍ତି । ପୁର୍ବରୁ ୨୦୧୬ରେ ହୋଇଥିବା ନବୀନଙ୍କର ରୋଡ ଶୋ ମଧ୍ୟ ସଫଳତା ଆଣିଥିଲା । ବର୍ତ୍ତମାନ ସୁଦ୍ଧା ୨୫୦ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇସାରିଛି । ତେବେ ମୁଖ୍ୟମନ୍ତ୍ରୀ ଓଡିଶା ଆସି ଶିଳ୍ପାୟନ ସଂପ ର୍କରେ ଅନୁଧ୍ୟାନ କରିବାକୁ ନିବେଶକାରୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × five =