ସୋନି ଇଣ୍ଡିଆ ପକ୍ଷରୁ ନୂଆ ଭ୍ଲଗ୍ କ୍ୟାମେରା“ଜେଡ୍‌ଭି୧ଏଫ୍‌’ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ଭ୍ଲଗ୍ କ୍ୟାମେରା ଜେଡ୍‌ଭି-୧ଏଫ୍‌କୁ ଉନ୍ମୋଚନ କରାଯାଇଛି । ଏଥିରେ ଅଭିନବ ଶକ୍ତି, ସହଜରେ ବ୍ୟବହାର କରିହେଉଥିବା ଭ୍ଲଗିଂ ସୁବିଧା, ଉନ୍ନତ କନେକ୍ଟିଭିଟି ଓ ପରିବେଶ ମିତବ୍ୟୟୀ ସୁବିଧା ରହିଛି । ଷ୍ଟିଲ୍ ଫଟୋ ଓ ଭିଡିଓ ପାଇଁ ଭ୍ଲଗର ଓ କ୍ରିଏଟରମାନେ ଏହାକୁ ବ୍ୟବହାର କରିପାରିବେ । ସୁବିଧାରେ ପକେଟ୍‌ରେ ରହିପାରୁଥିବା ଏହାକୁ ଭ୍ଲଗିଂ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
“ଜେଡ୍‌ଭି-୧ଏଫ୍ ହେଉଛି ଏକ ଛୋଟ କ୍ୟାମେରା ଯାହା ଉତ୍କୃଷ୍ଟ ମାନର ଛବି ପ୍ରଦାନ କରୁଥିବା ବେଳେ ଓୟାରଲେସ୍ କଂଟେନ୍‌ଟ ସେୟାରିଂ ପାଇଁ ପ୍ରସ୍ତୁତ କରାଯାଇଛି । ପରିବେଶ ଉପରେ ପ୍ରଭାବକୁ ସମ୍ପୂର୍ଣ୍ଣ ଦୂର କରିବା ଲାଗି ଜେଡ୍‌ଭି-୧ଏଫ୍‌ରେ ପରିବେଶ ମିତବ୍ୟୟୀ ବ୍ୟବସ୍ଥା ରହିଛି ଓ ଏହା ସୋନିର ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ସୋନି ଇଣ୍ଡିଆର ଡିଜିଟାଲ୍ ଇମେଜିଂ ବିଜନେସ୍ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ।’’
ଗ୍ରୁପ୍ ସେଲ୍‌ଫି ଓ ପ୍ରଚ୍ଛଦରେ ରହୁଥିବା ଦୃଶ୍ୟକୁ ଉତୋଳନ କରିବା ଲାଗି ଏହି କ୍ୟାମେରାରେ ରହିଛି ଅତି ଚଉଡ଼ା ୨୦ ଏମ୍‌ଏମ୍ ପ୍ରାଇମ୍ ଲେନ୍‌ସ । ଉଭୟ ଷ୍ଟିଲ୍ ଫଟୋ ଓ ଭିଡିଓ ଉତୋଳନ ପାଇଁ ଏଥିରେ ପ୍ରଚ୍ଛଦ ବୁକେ ରହିଛି । ସେଲ୍‌ଫି ନେବାକୁ ସହଜ କରିବା ଲାଗି ଜେଡ୍‌ଭି-୧ଏଫ୍‌ରେ ରହିଛି ଭାରି ଆଙ୍ଗେଲ ଏଲ୍‌ସିଡି ଟଚ୍‌ସ୍କ୍ରିନ୍ । ମାତ୍ର ୨୨୯ ଗ୍ରାମ ଓଜନର ଏହି କ୍ୟାମେରାକୁ ନିତିଦିନ ବ୍ୟବହାର କରିହେବ ଓ ତାହାକୁ ଯେକୌଣସି ସ୍ଥାନକୁ ନିଆଯାଇପାରିବ । ଏଥିରେ ବୁକେ ସ୍ୱିଚ୍ ବଟନ୍‌, ସେଲ୍‌ଫ ଟାଇମର୍ ଓ ରେକର୍ଡିଂ ଲ୍ୟାମ୍ପ୍ ରହିଛି ।
ଜେଡ୍‌ଭି-୧ଏଫ୍ ସଠିକ୍ ଭାବେ ଶରୀରର ଚର୍ମ ରଙ୍ଗକୁ ଧରି ରଖିଥାଏ । ଏହାର ସଫ୍‌ଟ ସ୍କିନ୍ ଇଫେକ୍ଟ ସୁବିଧା ଭିଡିଓ ସୁଟିଂ ବେଳେ ରିଙ୍କିଲ୍‌କୁ କମ୍ କରି ପ୍ରାକୃତିକ ଚର୍ମର ଭାବ ପ୍ରଦାନ କରିବ । ଫେସ୍ ପ୍ରାୟରିଟି ଏଇ ସୁଟିଂ ବେଳେ ସ୍ୱୟଂକ୍ରିୟ ଭାବେ ବ୍ରାଇଟ୍‌ନେସ୍‌କୁ ଆଡ୍‌ଜଷ୍ଟ୍ କରିବ । କ୍ୟାମେରା ଟଚ୍‌ସ୍କ୍ରିନ୍ ଜରିଆରେ ଗ୍ରାହକମାନେ ଏହାର ସବ୍‌ଜେକ୍ଟକୁ ବଦଳାଇପାରିବେ । କ୍ରିଏଟିଭିଟିକୁ ବଢ଼ାଇବା ଲାଗି ଏଥିରେ ମୋଟ ୧୦ ମୋଡ୍ ରହିଛି ଏବଂ ଏଥିପାଇଁ କୌଣସି ଏଡିଟିଂ ଦରକାର ପଡ଼ିବନି । ୫ ଗୁଣା କମ୍ ବେଗ ପାଇଁ ସ୍ଲୋ ମୋସନ ଏବଂ ୬୦ ଗୁଣା ଅଧିକ ବେଗ ପାଇଁ କ୍ୱିକ୍ ମୋସନ୍ ମୋଡ୍ ପାଇଁ ଏଥିରେ ଏସ୍‌ଆଣ୍ଡ୍‌କ୍ୟୁ ମୋଡ୍ ରହିଛି ।
ବାହାରେ ସ୍ପଷ୍ଟ ଭଏସ୍ ରେକର୍ଡିଂ ପାଇଁ ଏଥିରେ ୱିଣ୍ଡ୍ ସ୍କ୍ରିନ୍ ରହିଛି । ପବନ ବହୁଥିବା ବେଳେ ହେଉଥିବା ଶବ୍ଦକୁ ରୋକି ଏହାର ୱିଣ୍ଡ୍ ସ୍କ୍ରିନ୍ ସ୍ପଷ୍ଟ ଭଏସ୍ ରେକର୍ଡିଂ ପ୍ରଦାନ କରିବ । ଉଚ୍ଚ ମାନର ଅଡିଓ ପାଇଁ ଏଥିରେ ବିଲ୍‌ଟ-ଇନ୍ ଡାଇରେକ୍ସନାଲ୍ ୩-କ୍ୟାପ୍‌ସୁଲ ମାଇକ୍ ରହିଛି ।
ସୋନିର ନୂଆ ସ୍ମାର୍ଟଫୋନ୍ ଆପ୍ ଇମେଜିଂ ଏଜ୍ ମୋବାଇଲ୍ ପ୍ଲସ୍‌ରେ ଜେଡ୍‌ଭି-୧ଏଫ୍ କ୍ୟାମେରାକୁ ବ୍ଲୁ ଟୁଥ୍ କିମ୍ବା ୱାଇ-ଫାଇ ଜରିଆରେ ଯୋଡ଼ି ଛବି ଓ ଭିଡିଓ ଟ୍ରାନ୍ସଫର କରିହେବ । ଅତି ସହଜରେ ଛବି ଓ ଭିଡିଓକୁ ସ୍ମାର୍ଟଫୋନ୍‌କୁ ଆଣି ସୋସିଆଲ ମିଡିଆରେ ସେୟାର କରିହେବ । ଏହାର ମୂଲ୍ୟ ୫୦,୬୯୦ ଟଙ୍କା ରହିଛି । ସମସ୍ତ ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ୱେବସାଇଟ୍ ଓ ସମସ୍ତ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଷ୍ଟୋରରୁ ଏହି କ୍ୟାମେରାକୁ ଏପ୍ରିଲ୍ ୫ରୁ କିଣାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

3 × 4 =