ପୁଣି ଜିଓ ଆଣିଲା ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ() ପୁଣି ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ନୂଆ ଏବଂ ଶସ୍ତା ପ୍ଲାନ୍ । ୧୨୯ ଟଙ୍କିଆ ପ୍ଲାନ୍ ଆଣିଛି ଜିଓ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ମିଳିବ । କଲିଂ ପାଇଁ ଏହି ପ୍ଲାନରେ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂର ଫାଇଦା ମିଳିବ । ଯଦି ଗ୍ରାହକ ଅନ୍ୟ ନେଟୱର୍କକୁ କଲ୍ କରିବାକୁ ଚାହାଁନ୍ତି ତେବେ ୧୦୦୦ ମିନିଟ୍ ଦିଆଯିବ । ୟୁଜର୍ସଙ୍କୁ ୧୨୯ ଟଙ୍କିଆ ପ୍ଲାନରେ ସମୁଦାୟ ୨ ଜିବି ଡାଟା ମିଳିବ । କମ୍ପାନୀ ଏହି ପ୍ଲାନକୁ‘Affordable Packs’ କାଟାଗୋରୀରେ ରଖିଛି । ଏଥିରେ ଗ୍ରାହକଙ୍କୁ ୨୮ ଦିନରେ ସମୁଦାୟ ୨ ଜିବି ଡାଟା ଇଣ୍ଟରନେଟ୍ ବ୍ୟବହାର କରିବାକୁ ମିଳିବ । ଏହା ବ୍ୟତୀତ ୧୨୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩୦୦ ଏସଏମଏସ ମିଳିବ ।

କେବଳ ଏତିକି ନୁହେଁ ଏଥିରେ ଜିଓ ନିଜ ୟୁଜର୍ସଙ୍କୁ ଜିଓ ଆପ୍ସର ଆକ୍ସେସ୍ ମାଗଣାରେ ଦେଉଛି । ଏଥିରେ ଜିଓ ସିନେମା, ଜିଓ ସାୱନ ଭଳି ଆପ୍ସ ସାମିଲ ଅଛି ।

Share

Leave a Reply

Your email address will not be published. Required fields are marked *

20 − 11 =